କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨  ବିଜ୍ଞାନର ଇଂରାଜୀ ବିଷୟରେ ୮୬୨ ପରୀକ୍ଷାର୍ଥୀ

କେନ୍ଦ୍ରାପଡ଼ା, ୨୦/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋମବାର ଦିନ +୨ ବିଜ୍ଞାନର ଇଂରାଜୀ ବିଷୟରେ  ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୬୨ଜଣ ପରୀକ୍ଷାର୍ଥୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଦେଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋକେସନାଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୧୦ଜଣ ଛାତ୍ରଛାତ୍ରୀ ଥିବା ବେଳେ  ୩୫୨ଜଣ ହେଉଛନ୍ତି ଅନ୍ୟ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର । ଏହି ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଭାବେ ପ୍ରଫେସର ଅଶୋକ କୁମାର ଦାସ ଥିବା ବେଳେ ଉପଅଧିକ୍ଷକ ଭାବେ ପ୍ରଫେସର ଡ. ବାସନ୍ତୀ ଶୁକ୍ଳା, ପ୍ରଫେସର ସତ୍ୟରଞ୍ଜନ ମିଶ୍ର, ପ୍ରଫେସର ବିକାଶ କୁମାର ନାୟକ ଓ ପ୍ରଫେସର ସୁବ୍ରତ କୁମାର ପାତ୍ର ଦାୟୀତ୍ୱ ନିର୍ବାହ କରୁଛନ୍ତି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ପ୍ରଶ୍ନପତ୍ର ହବ୍ର ସୁପରଭାଇଜର ଭାବେ ପ୍ରଫେସର ବିଶ୍ୱରଞ୍ଜନ ପୁହାଣ ଏବଂ ଡେପୁଟୀ ସୁପରଭାଇଜର ଭାବେ ପ୍ରଫେସର ଡ. ରେବତୀ କର ରହିଛନ୍ତି । ଏହି ପରୀକ୍ଷା କେନ୍ଦ୍ରର  ୧୪ଟି ହଲରେ ହେଉଥିବା ଆଜିର +୨ ପରୀକ୍ଷାରେ ୪୫ଜଣ ଇନଭିଜିଲେଟର ଦାୟୀତ୍ୱ ନିର୍ବାହ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଅନିତା ତରାଇ  ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳାର ସହିତ ଏହି ପରୀକ୍ଷା କେନ୍ଦ୍ରରେ ସୋମବାର  ପରୀକ୍ଷା ଶେଷ ହୋଇଥିବା କେନ୍ଦ୍ର ଉପ ଅଧିକ୍ଷକ ଡ. ଶୁକ୍ଳା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *