କିଶନନଗର-ସୋମପୁର ରାସ୍ତାର ରୂପାନ୍ତରିତ କାମ ଅଦାଲତ ରହିତାଦେଶ ପାଇଁ ଅଟକିଲା

କଟକ ସଦର , ୧୯/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଗତସିଂହପୁର ପୂର୍ତ୍ତ ବିଭାଜନ ଓ ଫକିରପଡା ଉପ ଵିଭାଜନ ଅଧିନସ୍ଥ ସୋମପୁର-କିଶନନଗର ରାସ୍ତାର ନବୀକରଣ କାର୍ଯ୍ୟ ଅଦାଲତ ଙ୍କ ରହିତାଦେଶ ପାଇଁ ଅଟକି ଥିବା ଜଣାପଡିଛି। ପ୍ରକାଶ ଯେ କିଶନନଗର ସଦର ମହକୁମାକୁ ସଂଯୋଗ କରୁଥିବା ଉକ୍ତ ରାସ୍ତାର ଆବଶ୍ୟକତା ଦୃଷ୍ଟିରୁ ଉନ୍ନତିକରଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା। ଏହାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତାର ରୁପାନ୍ତରଣ ପାଇଁ ଟଙ୍କା ମଂଜୁର ହୋଇ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ଏଥିରେ ଅଦାଲତି ଝଟକା ଲାଗିଛି।ଦୁଇ ଠିକାଦାରଙ୍କ ମଧ୍ୟରେ ମତଭେଦ ଯୋଗୁଁ ଜଣେ ଠିକାଦାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଯାହାଫଳରେ ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ କାର୍ଯ୍ୟ ଉପରେ ଅଦାଲତ ରହିତାଦେଶ କରିଥିବା ଜଣାଯାଇଛି। ହେଲେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିଵାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *