କିଶନନଗର ତହସିଲ ଆଗରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ସମୂହ ଧାରଣା

କଟକ ସଦର,୧୯/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ସହ ଅନୁବନ୍ଧିତ କଟକ ଜିଲ୍ଲା ଶାଖା ପକ୍ଷରୁ ବହୁ ଅବହେଳିତ ଓ ପ୍ରତିକ୍ଷିତ ନାର୍ଜ୍ୟ ଦାବି ସହ ଓଡିଆରଏସ କ୍ୟାଡ଼ର ପୁନଃ ପ୍ରଚଳନ ଦାବିରେ ଆଜି ସୋମବାର ଦିନ କିଶନନଗର ତହସିଲ ଅନ୍ତର୍ଗତ ୭ ଗୋଟି ସର୍କଲର କ୍ଷେତ୍ର ଅଧିକାରୀ ମାନେ ସମୁହ କାର୍ଯ୍ୟ ବନ୍ଦ ସହ ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ। ଯୋଗିନାଥ ମହାନ୍ତି, ମହେନ୍ଦ୍ର ବେହେରା, ପ୍ରଭାତ ବେହେରାଙ୍କ ନେତୃତ୍ବରେ ଏହି ଧାରଣା କରାଯାଇଥିଲା ବେଳେ ଦାଵି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିଵ ଵୋଲି ଧାରଣାକାରୀଙ୍କ ପକ୍ଷରୁ ଜଣାପଡିଛି।ଅପର ପକ୍ଷରେ ଏହାର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ଵୋଲି ସାଧାରଣରେ ମତ ପ୍ରକାଶ ପାଉଛି  ।

Leave a Reply

Your email address will not be published. Required fields are marked *