ନିରାକାରପୁର, ୧୯/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ” ସହଯୋଗ ” ପରିବାର ତରଫରୁ ବିଶିଷ୍ଟ କବି ଆର୍ତ୍ତତ୍ରାଣ ସାହୁଙ୍କୁ ସାହିତ୍ୟ କ୍ଷେତ୍ରରେ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଥିବରୁ ସମ୍ବର୍ଦ୍ଧିତ କରାଯାଇଛି। କବି ଆର୍ତ୍ତତ୍ରାଣ ସାହୁ ୨୦୧୮ ମସିହାରୁ ଅଦ୍ୟାବଧି ୧୧ ଖଣ୍ଡ ପୁସ୍ତକ ରଚନା କରି ପାଠକଙ୍କ ମନଛୁଇଁ ପାରିଛନ୍ତି। ସେ ଜଣେ ବ୍ୟବସାୟ ହୋଇଥିଲେ ବି ସାହିତ୍ୟ ରଚନା ରେ ତାଙ୍କର ବେଶ ରୁଚି ରହିଛି। ତା ସହିତ ସେ ଜଣେ ସମାଜସେବୀ ଭାବେ ଜଣାଶୁଣା। ନିକଟରେ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଆମେରିକାନ ଆଲିଆନ୍ସ ବିଶ୍ଵବିଦ୍ୟାଳୟ ଦିଲ୍ଲୀ ଗୁଡଗାଁ ରେ ଅନୁଷ୍ଠିତ ଏକ ସୂତନ୍ତ୍ର ଉତ୍ସବରେ ସୁଇଜରଲ୍ୟାଣ୍ଡ ହାଇକମିଶନର ଙ୍କ ଉପସ୍ଥିତି ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେ ନିରାକାରପୁର ଅଞ୍ଚଳର ଗୌରବକୁ ଦୁଇପାଦ ଆଗକୁ ବଢ଼ାଇଥିବାରୁ ସହଯୋଗ ଅନୁଷ୍ଠାନ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ଙ୍କ ସଂଯୋଜନାରେ ଶ୍ରୀଯୁକ୍ତ ସାହୁଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଛି। ଏହି ଅବସରରେ ସହଯୋଗ ପରିବାର ସକ୍ରିୟ ସଭ୍ୟ ଅଧ୍ୟାପକ ଶ୍ୟାମ ସୁନ୍ଦର ପଟ୍ଟନାୟକ, ମନ ମୋହନ ନାୟକ ଓ ରମାନାଥ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।