୯୬ ଟି ଘୁଷୁରୀ ଚୋରି ଅଭିଯୋଗ

ନିରାକାରପୁର, ୧୮/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ଜଂକିଆ ଥାନା ଅଚ୍ୟୁତପୁର ପଞ୍ଚାୟତ ଗୋବିନ୍ଦ ପ୍ରସାଦ ଗ୍ରାମର ଗୋପାଳ ରାଉଳ (୬୫) ଦୀର୍ଘ ୧୦ ବର୍ଷ ହେବ ନିଜ ଗ୍ରାମରୁ ଆସି ନିଜର ବେଉସା ପାଇଁ ଉକ୍ତ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନିକଟ ମୃତୁଞ୍ଜୟ ଢ଼।ବା ପଛ ପାଖରେ ରହି ଘୁଷୁରୀ ପାଳନ କରି ଚଳୁଥିଲେ। କିନ୍ତୁ ଗତକାଲି ରାତିରେ ଗୋପାଳ ରାତ୍ରି ରେ ଶୋଇ ପଡିବା ପରେ କେହି ଦୁର୍ବୃତ୍ତ ତାର ମୋଟ ୧୦୬ ଘୁଷୁରୀ ରୁ ୯୬ ଟି ଘୁଷୁରୀ ଚୋରି କରି ନେଇଥିବା କଥା ସେ ଭୋରୁ ଉଠି ଦେଖିବାକୁ ପାଇଲା। ପୂର୍ବରୁ ଗୋପାଳଙ୍କ ଏହି ଜାଗାରୁ ତାଙ୍କ ଗ୍ରାମର କିଛି ଦୁର୍ବୃତ ଘୁଷୁରୀ ଚୋରି କରି ନେଇ ଥିଲେ। ପରେ ଆପୋଷ ସମାଧାନ ପରେ ଜୋରିମାନା ଆକାରରେ ପଇସା ଦେଇଥିଲେ । ଆଉ ବି କିଛି ଟଙ୍କା ରହିଯାଇଛି ବୋଲି ଅଭିଯୋଗରୁ ଜଣାପଡିଛି। ଗୋପାଳଙ୍କ ର ଏତେ ଘୁଷୁରୀ ଚୋରି ହୋଇଯିବାରୁ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି। ଏ ନେଇ ସେ ଜଂକିଆ ଥାନାର ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *