ଭୁବନେଶ୍ୱର,୧୮/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ଆଂଚଳିକ ବିକାଶ ପରିଷଦ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠସ୍ଥ ଦୟାନଦୀ ପଠାରେ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦୦ ରୁ ଊଦ୍ଧ୍ୱର୍ ବୟୋଜ୍ୟେଷ୍ଠ ନାଗରିକଙ୍କ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ ବରୋଦା ହସ୍ପିଟାଲ୍, ଶ୍ରୀ ହସ୍ପିଟାଲ୍ ଏବଂ ଇଟିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକ ତଥା ସ୍ୱାସ୍ଥ୍ୟକର୍ମୀ । ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବଟିକୁ ଉଦଘାଟନ କରିଥିଲେ ଗାନ୍ଧୀବାଦୀ ପ୍ରହ୍ଲାଦ ସିହ୍ନା ଏବଂ ଭୁବନେଶ୍ୱର ପଂଚାୟତ ସମିତି ଅଧ୍ୟକ୍ଷା ନିରୂପମା ସାହୁ, ଶତାୟୁ ଭାସ୍କର ପଣ୍ଡା ଏବଂ ଉଦୟନାଥ ବେହେରା । ଏହି ଅବସରରେ ମିଶନ ରକ୍ତଦାନର ସଭାପତି ହରପ୍ରସାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଅଂଚଳର ବରିଷ୍ଠ ନାଗରିକ ମାନଙ୍କ ସହ ‘ତାଙ୍କ ସମୟର କଥା’କୁ ନେଇ ଆଳାପ ଆଲୋଚନା କରିଥିଲେ ।
ପରିଷଦର ଉପସଭାପତି ଅକ୍ଷୟ ସ୍ୱାଇଁ ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ତାଙ୍କ ସମୟର ଗୀତକୁ ମଧ୍ୟ ପରିବେଷଣ କରାଯାଇଥିଲା । ପରିଷଦର ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଅରୁଣ ପୁରୋହିତଙ୍କ ସକ୍ରିୟ ନେତୃତ୍ୱରେ ପ୍ରଶାନ୍ତ ମିଶ୍ର, ପ୍ରଦୀପ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରଘୁନାଥ ସ୍ୱାଇଁ, ସୁମନ୍ତ ସୁବୁଦ୍ଧି, ଲକ୍ଷ୍ମୀଧର ପ୍ରଧାନ, ଆଲୋକ ସାହୁ, ଭଗବାନ ପ୍ରଧାନ, ଧୀରେନ୍ ମହାନ୍ତି, ରାଜେନ୍ଦ୍ର ସାହୁ, ସଞ୍ଜୟ ସାହୁ, ଜିତେନ୍ଦ୍ର ଜେନା, ଅକ୍ଷୟ ବରାଳ, ସୁକାନ୍ତ ବରାଳ, କିଶୋର ପ୍ରଧାନ, ପ୍ରକାଶ ସ୍ୱାଇଁ, ସଞ୍ଜୟ ଦାସ, ବୈଶାଳିନୀ ପଟ୍ଟନାୟକ, ବିଷ୍ଣୁ ବିଶ୍ୱାଳ, ଦୀନବନ୍ଧୁ ସ୍ୱାଇଁ, ସରୋଜ ଦାଶ, ତପନ ବରାଳ, ଲିଙ୍ଗରାଜ ଜେନା, ପ୍ରଦୁ୍ୟମ୍ନ ଜେନା, ଅଶ୍ୱିନୀ ସାହୁ, ସୁଶୀଲ ସ୍ୱାଇଁ, ମନୋଜ ବରାଳ, ଭୁବନାନନ୍ଦ ବେହେରା, ସବିତା ରଥ ଏବଂ ଆହୁରି ଅନେକ ସଦସ୍ୟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ଆଂଚଳିକ ବିକାଶ ପରିଷଦ ପକ୍ଷରୁ ପୂଜ୍ୟପୂଜା ସମାରୋହ
