ନିରାକାରପୁର,୧୮/୨: ଖୋର୍ଦ୍ଧା ଜିଲ୍ଲା ସରପାରୀ କଂସାରୀ ସାହି ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ର ବାର୍ଷିକ ଉତ୍ସବ ଓ ୪୪ ଅଷ୍ଟ ପ୍ରହର ନାମ ସଙ୍କୀର୍ତ୍ତନ ୧୫ ତାରିଖ ରୁ ଆରମ୍ଭ ହୋଇ ୧୭ ତାରିଖ ରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଶେଷ ଦିବସରେ ନଗର ପରିକ୍ରମା ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ସଙ୍କୀର୍ତ୍ତନ ପ୍ରଦର୍ଶନ କରିଥିଲେ। ଘଣ୍ଟା, ଘଣ୍ଟି , ଝାଞ୍ଜ, ଖୋଳ ଶବ୍ଦରେ ଗ୍ରାମ ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ସଂକଳ୍ପ ଧାରୀ ମାନେ ଯମୁନା ସ୍ନାନ କରି କଳସ ବିସର୍ଜନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସରପାରୀ ଗ୍ରାମବାସୀ ଓ ରାମଚନ୍ଦ୍ର ଦେବ ପୂଜା କମିଟି ଆନୁକୂଲ୍ୟରେ ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି।