ଅନୁଗୋଳ, ୧୧/୦୪/୨୦୨୬ (ଓଡ଼ିଶା ସମାଚାର)- ଅନୁଗୋଳ ଜିଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି । ଅନୁଗୋଳ ଅତିରିକ୍ତ ଜିଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ବାବୁଲା ଜେନାକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଦଫା ୧୩୭(୨), ୧୦୩(୧), ୬୫(୨) ଏବଂ ୨୩୮(କ) ସହିତ ପକ୍ସୋ ଆକ୍ଟର ଧାରା ୬ ଅନୁଯାୟୀ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି । ମାତ୍ର ଏକ ବର୍ଷ ମଧ୍ୟରେ ଏହି ମାମଲାର ବିଚାର ପ୍ରକ୍ରିୟା ସମାପ୍ତ କରାଯାଇ ଅଭିଯୁକ୍ତକୁ ଦଣ୍ଡିତ କରାଯିବା ଘଟଣା ପୋଲିସର ଦକ୍ଷତା ଓ ତ୍ୱରିତ ନ୍ୟାୟ ପ୍ରଦାନର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ।
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀ ଫାଶୀ ଦଣ୍ଡାଦେଶ
