ଦଳୀୟ ଫାଟ ପଦାରେ ପଡ଼ିଲା

କଟକ ସଦର , ୧୩ /୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତରେ ଗୋଟିଏ ଦିନରେ ଆଜି ସୋମବାର ଦିନ କଟକ ସାଂସଦ ଭତୃହରି ମହତାବ ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ଦଳୀୟ ଫାଟ ପଦାରେ ପଡିଯାଇଛି ଵୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ପ୍ରହରାଜପୁର ପଞ୍ଚାୟତର ସମିତି ସଭ୍ୟ ତଥା ସାଂସଦଙ୍କ ଯୋନ ପ୍ରତିନିଧି ଲିୟାକତ ଅଲ୍ଲୀ (ଲାକୋ) ଙ୍କ ନେତୃତ୍ୱରେ ସାଂସଦ ଭତୃହରି ମହତାବ ଗଡମା ଠାରୁ ଏକ ବଡ଼ ଧରଣର ମଟର ସାଇକେଲ ଶୋଭାଯାତ୍ରାରେ ପ୍ରହରାଜପୁରର ବୁଢ଼ା ପୀରଙ୍କ ପୀଠ ସ୍ଥଳୀ ପରିଦର୍ଶନ କରିବା ସହିତ ପୀଠର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ବଡ଼ ପୋଖରୀ ଦେଖି ତାହାର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ବିଭିନ୍ନ ସ୍କୁଲ ମଧ୍ୟ ପରିଦର୍ଶନ କରି ଆବଶ୍ୟକୀୟ ଵ୍ୟଵ୍ୟସ୍ଥା ପାଇଁ କହିଥିଲେ। ଏଥିସହିତ କିଶନନଗର ପଞ୍ଚାୟତର ହୁଲିପୁର ବାଟ ଵୁଢିଇଆଣି ମନ୍ଦିର ପରିଦର୍ଶନ କରି ଆବଶ୍ୟକୀୟ ଵ୍ୟଵ୍ୟସ୍ଥା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ବିଧାୟକ ଚନ୍ଦ୍ର ସାରଥି ବେହେରା ଶୁଶା ଵାଵା ମଠର କାଳୀ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ। ଏଥିରେ ସରପଞ୍ଚ ଅବଦୁଲ ୱ।ହିଦ ଖାଁନ, ଉକ୍ତ ଗ୍ରାମର ବାସିନ୍ଦା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ପ୍ରମୁଖ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏଭଳି ପୃଥକ ପୃଥକ କାର୍ଯ୍ୟକ୍ରମ ସଂପର୍କରେ ପଚରାଯିବାରେ ‘ଆମର ନେତା ବିଧାୟକ ଚନ୍ଦ୍ର ସାରଥି, ଏଵଂ ସାଂସଦଙ୍କୁ ମୁଁ ଚିହ୍ନେ ନାହିଁ କି ଜାଣେ ନାହିଁ’ ଵୋଲି ସରପଞ୍ଚ କହିଥିଲେ।ଏ ସମ୍ପର୍କରେ ସାଂସଦଙ୍କୁ ପଚରାଯିବାରେ ‘ଶଂଖ ରେ ଦୁଇଟି କଣା ନରହିଲେ ତାହା ଭଲ ଵାଜିଵ ନାହିଁ ଵୋଲି କହିଥିଲେ।

Leave a Reply

Your email address will not be published. Required fields are marked *