କଟକ ସଦର ,୧୨/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ଛତିଶଗଡ଼ର ଦାଦାଗିରି ପାଇଁ ଓଡ଼ିଶାର ୧୮ ଗୋଟି ଜିଲ୍ଲାର ଜୀବନ ରେଖା କୁହାଯାଉଥିଵା ମହାନଦୀ ଆଜି ମୃତ୍ୟୁ ମୁଖରେ ପଡ଼ିଛି।ଏହାର ନିରାକରଣ ପାଇଁ ଏଵଂ ଆବଶ୍ୟକତା ଦୃଷ୍ଟିରୁ କଟକ ରୁ ପାରାଦୀପ ପର୍ଯ୍ୟନ୍ତ ବିଶେଷକରି ମୃତ ପାଇକାକୁ ଜଳ ସ୍ରୋତା କରିବାକୁ ଆୟତପୁର ଠାରେ ଚେକ୍ ଡ଼୍ୟାମ କରିବା ଦାବିରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ସୋମବାର ଦିନ କିଶନନଗର ଠାରେ ମହାନଦୀରେ “ ମହାନଦୀ ବଞ୍ଚାଅ ” ଆନ୍ଦୋଳନ ପକ୍ଷରୁ କଟକ ସଦର ଵିଚାର ମଞ୍ଚ ଆନୁକୁଲ୍ୟରେ ଏଵଂ ଯୁବ ନେତା ବିଳାସ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଜଳ ସତ୍ୟାଗ୍ରହ ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଜ୍ୟ ଆବାହକ ସୂଦର୍ଶନ ଦାସ,ଯୁଗ୍ମ ଆବାହକ ଯୁଗୋଳ କିଶୋର ନାୟକ, ବରିଷ୍ଠ ଆଡଭୋକେଟ ଶିଶିର କୁମାର ଦାସ, କଟକ ର ପୂର୍ବତନ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀ, ଜଣାଶୁଣା ସମାଜସେବୀ ପ୍ରଫୁଲ୍ଲ ସିଂହ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ ପ୍ରମୁଖ ଯୋଗ ଦେଇ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିରେ ଶତାଧିକ ବ୍ୟକ୍ତିଵିଶେଷଙ୍କ ମଧ୍ୟରେ ବିକାଶ ମଞ୍ଚ ର ଉପସଭାପତି ଚିତ୍ତରଞ୍ଜନ ମହାପାତ୍ର, ମହମ୍ମଦ ରୁସ୍ତମ ଯୋଗ ଦେଇଥିବା ବେଳେ ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।