ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଓକିଲ ସଂଘ

ଜୁନାଗଡ଼, ୧୩ /୧୧/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ ସ୍ଥାନୀୟ ବ୍ଲକ କାର୍ୟ୍ୟାଳୟ ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଚାଲିଥିବା ବେଳେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଭେଟିଛି ଓକିଲ ସଂଘ । ଓଡିଶା ସରକାର ଙ୍କ ଆଦେଶ ମତେ ନୂତନ ସବ ରେଜିଷ୍ଟ୍ରସନ ଅଫିସ ତୁରନ୍ତ ଖୋଳାଯାଉ ଓ ଅଫିସ ଖୋଲିବା ପର୍ୟନ୍ତ ଅନ୍ତତ ସପ୍ତାହକୁ ଦୁଇ ଦିନ ରେଜିଷ୍ଟ୍ରସନ କାମ କରିବା ପାଇଁ ଦାବି କରିଥିଲେ । ତା ସହିତ ସକାଳ ଅଫିସ ସମୟରେ ଓ ସନ୍ଧ୍ୟା ରେ ସହର ମଧ୍ୟରେ ଭିଡ଼ କୁ ଦେଖି ଭାରି ଯାନ ବନ୍ଦ କରିବା ଓ ତାଲିମ ପ୍ରାପ୍ତ ଟ୍ରାଫିକ କର୍ମଚାରୀ ରାସ୍ତା ରେ ନିଯୁକ୍ତି କରିବା ଓ ମଦ୍ୟପାନ କରି ଗାଡି ଚଲଉଥିବା ବ୍ୟକ୍ତି ଙ୍କ ଉପରେ ଦୃଢ କର୍ୟ୍ୟାନୁଷ୍ଠାନ ପାଇଁ ଓକିଲ ସଂଘ ଜିଲ୍ଲପାଳ ଙ୍କୁ ଦାବି କରିଥିଲେ । ସବ ରେଜିଷ୍ଟ୍ରର ନିଯୁକ୍ତି ପର୍ୟ୍ୟନ୍ତ ସପ୍ତାହକୁ ଦୁଇ ଦିନ ରେଜିଷ୍ଟ୍ରସନ ପାଇଁ ଜିଲ୍ଲାପାଳ ତହସିଲଦାର ଙ୍କୁ ନିର୍ଦେଶ ଦେଇଥିଲେ । ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଜୁନାଗଡ଼ ସହର ସହ କଳାହାଣ୍ଡି ର ସବୁ ସହରରେ ଭିଡ଼ ସମୟରେ ଭାରୀଯାନ ଚଳାଚଳ କୁ ନିଷିଦ୍ଧ କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଏସଡିପିଓ ଧର୍ମଗଡ଼ ଧୀରଜ ଚୋପଦାର ଙ୍କୁ ନିର୍ଦେଶ ଦେଇ ଥିଲେ । ଓକିଲ ସଂଘ ସଭାପତି ଅଶୋକ କୁମାର ପାତ୍ର, ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଙ୍କ ସହ ମିଳାପ ଚନ୍ଦ ଜୈନ, କାମାକ୍ଷ ବାଗ, ଅନନ୍ତ ବେହେରା, କୈଳାଶ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଜିଲ୍ଲାପାଳ ଙ୍କୁ ଭେଟିଥିଲେ ।

Leave a Reply

Your email address will not be published. Required fields are marked *