କଟକ ସଦର, ୧୮/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ଆଜି ରବିବାର ଦିନ ଶ୍ରୀ ସତ୍ୟସାଇ ସେଵା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ୨୩ ତମ ବାର୍ଷିକ ମହୋତ୍ସବ ଆଧ୍ୟାତ୍ମିକ ପରିବେଶରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସମୟରୁ ଓଁ କାରମ୍ ସୁପ୍ରଭାତମ୍ ଓ ନଗର କୀର୍ତ୍ତନରୁ ଵାଵାଙ୍କ ନିତି କାନ୍ତି ଆରମ୍ଭ କରାଯାଇ ପ୍ରଶାନ୍ତି ଧ୍ଵଜା ଉତୋଳନ, ଷୋଡ଼ଶ ଉପଚାର ପୂଜା, ନଗର ପରିକ୍ରମା
ପ୍ରଭୁତି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ସଂଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।ସାଇ ପରିଵାରର ସମସ୍ତ ଆଶ୍ରିତ ଙ୍କ ସମେତ ସମିତିର ଆବାହକ ଅଧ୍ୟାପକ ଅକ୍ଷୟ କୁମାର ବେହେରା, ଦିଲ୍ଲିପ କୁମାର ବେହେରା, ସୁଶାନ୍ତ କୁମାର ବେହେରା, ପ୍ରଭାତ କୁମାର ବେହେରା, ନିରଞ୍ଜନ ସେଠୀ,ଦୀପକ ମଣ୍ଡଳ, ଅମୂଲ୍ୟ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
ସତ୍ୟସାଇ ବାବାଙ୍କ ୨୩ ତମ ବାର୍ଷିକ ମହୋତ୍ସବ
