ଭୁବନ ୨୫/୦୪/୨୦୨୬ (ଓଡ଼ିଶା ସମାଚାର)- ଭୁବନ କଳା ପରିଷଦ ର ଦୁଇ ଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ହିଙ୍ଗୁଳା ମନ୍ଦିର ଯାତ୍ରା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତା ଓ ନାଟ୍ୟକାର ଗୁରୁ ଚରଣ ମିଶ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କୋଣାର୍କ ଗଣନାଟ୍ୟର ପ୍ରଯୋଜକ ଭାରତ ଭୂଷଣ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ,ସିନେ କଳାକାର ବାବୁ ପ୍ରଧାନ ଯୋଗଦେଇଥିଲେ । ଏହି ଅବସରରେ ଯାତ୍ରା ଖଳନାୟକ ସ୍ବର୍ଗତ ଜ୍ଞାନ ରଞ୍ଜନ ସାହୁ , ସଦାନନ୍ଦ ନାୟକ,ନିର୍ଦ୍ଦେଶକ ସନାତନ ସାହୁ,ପାଲାଗାୟକ ପୂର୍ଣାନନ୍ଦ ମିଶ୍ର ଓ ରାମକୃଷ୍ଣ ମିଶ୍ର ଙ୍କୁ “ହିଙ୍ଗୁଳା ସମ୍ମାନ – ୨୦୨୬” ରେ ସମ୍ମାନିତ କରାଯାଇଥିଲା। ମା ହିଙ୍ଗୁଳା ଦେବୀ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶଶୀ ଭୁଷଣ ପୃଷ୍ଟି ,ସମ୍ପାଦକ କୁଞ୍ଜ ବିହାରୀ ଚିନରା, ଉପଦେଷ୍ଟା ଶକ୍ତି ପ୍ରସାଦ ସାହୁ ଙ୍କ ସମେତ ଅମ୍ବୁଜ ସାହୁ,ବିନୋଦ ମହାରଣା ପ୍ରମୁଖଉପସ୍ଥିତ ଥିଲେ ।
ରାତ୍ର ବାର ଘଟିକା ସମୟରେ ସତ୍ୟବାଦୀ ସେନାପତି ଙ୍କ ବଳିଷ୍ଟ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାର ଙ୍କ ଦ୍ଵାରା ସାମାଜିକ ନାଟକ “ଖରାପ ଝିଅର ଗପ” ଏବଂ ” କାନ୍ଦେନା ଲୁହ ସରିଯିବ” ମଞ୍ଚସ୍ଥ ହୋଇଥିଲା । ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ନାଟକ ଉପଭୋଗ କରିଥିଲେ । ଦ୍ୱିତୀୟ ଦିବସ ଉଦଯାପନୀ ଉତ୍ସବରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଓ ନାଟ୍ୟକାର ଦୀପକ ଜେନା,ନିର୍ଦ୍ଦେଶକ ଦିନେଶ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଭୁବନ କଳା ପରିଷଦ ପରିଷଦର ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ।
