କନ୍ଦରପୁର ସେଣ୍ଟ ଜାଭିୟର ହାଇସ୍କୁଲର ୧୨ ତମ ବାର୍ଷିକ ଉତ୍ସବ

କଟକ ସଦର , ୧୭/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଅଗ୍ରଣୀ ଇଂରାଜୀ ମାଧ୍ୟମ କନ୍ଦରପୁର ସେଣ୍ଟ ଜାଭିୟର ହାଇସ୍କୁଲର ୧୨ ତମ ବାର୍ଷିକ ଉତ୍ସବ ଆଜି ଶନିବାର ରାତିରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ହାଇସ୍କୁଲର ଅଧ୍ୟକ୍ଷ ପ୍ରଫେସର ଖଲିକୁଜ ଜମାନ ଖାଁ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ଓଡିଶା ମାନବିକ ଅଧିକାର ଆୟୁକ୍ତ ଅସୀମ ଅମିତାଭ ଦାଶ, କଟକ କମିଶନରେଟର ଏସିପି କଣ୍ଠଶିଳ୍ପୀ କୃଷ୍ଣଚନ୍ଦ୍ର ସେଠୀ,ସେଣ୍ଟ ଜାଭିୟର୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର ର ଅଧ୍ୟକ୍ଷ ହରିୟାକ୍ଷା ପରିଡ଼ା, ହାଇସ୍କୁଲର ମୂଖ୍ୟ ପରାମର୍ଶଦାତା ଇଂ ଉମେଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ। ହାଇସ୍କୁଲର ପରିପାଟୀ, ଶିକ୍ଷା ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକାଶ କରି ଓଏଚଆରସି ଅସୀମ ଅମିତାଭ ଦାଶ ଏହାର ଉତ୍ତରୋତ୍ତର ବିକାଶ କାମନା କରିଥିଲେ। ପରିଚାଳନା ନିର୍ଦ୍ଦେଶିକା ଵୈଜୟନ୍ତୀ ଜେନା ବାର୍ଷିକ ଵିଵରଣୀ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ସଂପାଦକ ନରେଶ ଚନ୍ଦ୍ର ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀଙ୍କ ସମେତ ଗୁରୁପ୍ରସାଦ ଦାଶ, ଦୀପ୍ତିମୟୀ ଶାସମଲ ପ୍ରମୁଖ ସହାୟତା ଯୋଗାଇଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ହୋଇଥିବା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।

Leave a Reply

Your email address will not be published. Required fields are marked *