ଭୁବନେଶ୍ୱର, ୧୭/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ରାଜ୍ୟଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ,ସାଂସ୍କୃତିକ ପରିଷଦ ତରଫରୁ ସାଂସ୍କୃତିକ ପରିଷଦର ୨୨ ତମ ବାର୍ଷିକ ଉତ୍ସବ ଉତ୍ସବ –୨୦୨୪ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।
ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଦ୍ଵାରା ଆୟୋଜିତ ଏହି ସମାରୋହରେ ବିଭାଗର କମିଶନର ତଥା ଶାସନ ସଚିବ ଆର. ଏସ. ଗୋପାଳନ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗର ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମୁଁ ବହୁତ ଆନନ୍ଦିତ ବୋଲି କହିଥିଲେ ।ଶ୍ରମ କମିଶନର ଶ୍ରୀ ଅନୁପମ ସାହା, ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଉପ ଶାସନ ସଚିବ ଶ୍ରୀ ନୀତି ରଞ୍ଜନ ସେନ,ସମ୍ମାନିତ ଅତିଥି ଭାବେଯୋଗଦେଇଥିଲେ । ବିଭାଗର ଅନୁ ଶାସନ ସଚିବ ଶ୍ରୀ ପିୟୁଷ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉପ ବିଭାଗ ଅଧିକାରୀ ଶ୍ରୀ ଦିଲୀପ ପ୍ରଧାନ ମଞ୍ଚରେ ଉପସ୍ଥିତ ଥିଲେ ।
ଏହି ବାର୍ଷିକ ଉତ୍ସବରେ ଶ୍ରମ ବିଭାଗର ଅଧିକାରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମାବିଭାଗ,ସାଂସ୍କୃତିକ ପରିଷଦର ଏକ ମୁଖ ପତ୍ର“ଶ୍ରମ ବର୍ତ୍ତିକା’’ ଉନ୍ମୋଚନ କରାଯାଇଥିଲା । ରାଜ୍ୟଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ,ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ଏହି ସମାରୋହରେ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।ବିଭାଗର ଅଧିକାରୀମାନଙ୍କ ଦ୍ବାରା ନୃତ୍ୟ ଓ ସଙ୍ଗୀତପରିବେଷଣ କରାଯାଇଥିଲା । ସଭାପରେ କାର୍ତ୍ତିକ ଚନ୍ଦ୍ର ରଥଙ୍କ ରଚିତ “ପାଦତଳର ଆକାଶ” ନାଟକଟି ପ୍ରିତି ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ସନ୍ଧ୍ୟା କାର୍ଯକ୍ରମକୁ ଶ୍ରୀମତୀ ଶ୍ୟାମଳୀ ପଟ୍ଟନାୟକ ସଂଯୋଜନା କରିଥିଲେ ।
