କଳାହାଣ୍ଡି ,୧୭/୦୨/୨୦୨୪ (ଓଡ଼ିଶା ସମାଚାର ରାକେଶ ବେମାଲ)- ଜୁନାଗଡ଼ ସହରରେ ଆଜି ଆମ ହସ୍ପିଟାଲ ଯୋଜାନରେ ସରକାରୀ ଡାକ୍ତରଖାନା ଗୁଡ଼ିକର ରୁପାନ୍ତିକରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉନ୍ମୋଚନ ହୋଇଛି। ଏହି ଅବସରରେ ସ୍ଥାନୀୟ ହାଇସ୍କୁଲ୍ ଖେଳ ପଡିଆ ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ସ୍ବାସ୍ଥ୍ୟ ଅଧିକାରୀ ଭଗବାନ୍ ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧୀରା ମେହେର, ବ୍ଲକ ଅଧ୍ୟକ୍ଷ ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ଏ ନ୍ ଏ ସି ଉପାଧ୍ୟକ୍ଷ ହିମାଦ୍ରି ନାଏକ, କାଉନସିଲର ବୃନ୍ଦ,ସରପଞ୍ଚ ତାରା ରାୟଗୁରୁ, ଶିବ ହାତୀ ପ୍ରମୁଖଙ୍କ ସହ ସହରର ବୁଦ୍ଧିଜୀବୀ ଜନସାଧାରଣ ଉପସ୍ଥିତ ଥିଲେ।
ଓଡ଼ିଶାର ୧୫ ଗୋଟି ଜିଲ୍ଲାର ୭୩ ଟି ସରକାରୀ ଡାକ୍ତରଖାନା ଗୁଡ଼ିକର ରୁପାନ୍ତିକରଣ ଆଇଭିଆର ପଦ୍ଧତିରେ ରୋଗୀ ଓ ସମ୍ପର୍କୀୟ ମାନଙ୍କର ମତାମତ ସଂଗ୍ରହ ବ୍ୟବସ୍ଥାର ଓ ବାଇଓମେଟ୍ରିକ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା।