ଅଇନିପୁର ଠାରେ ଉପ ସ୍ୱ।ସ୍ଥ୍ୟ କେନ୍ଦ୍ର ଵିଲଡିଂ ଉଦଘାଟିତ 

କଟକ ସଦର,୦୭/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତର ଅଇନିପୁର ଠାରେ ଦୀର୍ଘ ଦିନ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱ।ସ୍ଥ୍ୟ ଉପକେନ୍ଦ୍ର ଵିଲଡିଂକୁ ଆଜି ମଙ୍ଗଳବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ଜଣାଯାଇଛି।

ଉଦଘାଟନ ଫଳକରେ‌ ୧୬.୯.୨୦୨୫ ଲେଖାଥିବା ଵେଳେ‌ ତାହା ଆଜି ୭.୧୦.୨୦୨୫ ତାରିଖ ରେ ଉଦଘାଟନ ହୋଇଥିଲା। ଉଦଘାଟନ କିମ୍ଵା ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଯୋଗ ଦେଉନଥିବା କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଙ୍କ ନାଁ ଫଳକରେ ରଖାଯାଇଥିବା ବେଳେ ସ୍ୱ।ସ୍ଥ୍ୟ ସମିତି ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟା,   ସ୍ଥାନୀୟ ସରପଂଚ କିମ୍ଵା ସମିତି ସଭ୍ୟ ଙ୍କ ନାଁ ନଥିବାରୁ ଅସନ୍ତୋଷ ଦେଖାଦେଇଛି।

Leave a Reply

Your email address will not be published. Required fields are marked *