ଭୁବନେଶ୍ୱର,୩୦/୦୫/୨୦୨୫ (ଓଡ଼ିଶା ସମାଚାର)- କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ଆକ୍ରାନ୍ତ ଜଣେ ୪୫ ବର୍ଷୀୟ ପୁରୁଷ। ଟେଷ୍ଟରୁ ସେ କୋଭିଡ ପଜିଟିଭ ଜଣା ପଡ଼ିଛନ୍ତି। ଗତକାଲି ସ୍ଵାବ ପରୀକ୍ଷା ପାଇଁ ଭୁବନେଶ୍ଵର ପଠାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ହେବ ଥଣ୍ଡା, କାଶ ଓ ଜ୍ୱରରେ ପୀଡିତ ଥିଲେ । କୋଭିଡ ପରୀକ୍ଷା କରାଇବାରୁ ପଜିଟିଭ ଥିବା ସ୍ପଷ୍ଟ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧ ପାଉଥିବା ବେଳେ ଓଡ଼ିଶାକୁ ଫେରିଛି କରୋନା ।
ଭୁବନେଶ୍ୱରରୁ ୫ ଜଣ ଓ ଖୋର୍ଦ୍ଧାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ବର୍ତମାନ ସୁଦ୍ଧା ଭୁବନେଶ୍ବରରୁ ୫ ଜଣ , ଖୋର୍ଦ୍ଧାରୁ ଜଣେ ଏବଂ କଟକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୁ ବୃଦ୍ଧି
