କଟକ,୦୮/୦୫/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କିଶନନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଵଞ୍ଜୁ ମାରାଣ୍ଡିଙ୍କ ଅଚାନକ ବଦଳିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଡାକ୍ତର ମାରାଣ୍ଡିଙ୍କର ଉତ୍ତମ ବ୍ୟବହାର ଓ ନିରବଚ୍ଛିନ୍ନ ରୋଗୀସେବା ପାଇଁ ଲୋକମାନେ ତାଙ୍କୁ ଅନେକ ଦିନ ମନେ ରଖିବେ।
ଗତକାଲି ଡ଼ଃ ମାରାଣ୍ଡିଙ୍କୁ ତରବରିଆ ଭାବେ ହାଇକୋର୍ଟ ଡିସପେନ୍ସାରୀକୁ ବଦଳି କରିଦିଆଯାଇଥିଲା ବେଳେ ତାଙ୍କ ନାଁ ରେ ଜନ ଅସନ୍ତୋଷ ବୋଲି ଦର୍ଶାଯାଇଥିବା ଜଣାପଡିଛି। ହେଲେ ତାଙ୍କ ସ୍ଥାନରେ ଏଠାକୁ କେହି ଡ଼ାକ୍ତର ଆସିନଥିବା ରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ରୋଗୀ ମାନଙ୍କ ହିତ ଦୃଷ୍ଟିରୁ ଡ଼ଃ ଵଞ୍ଜୁ ମାରାଣ୍ଡି ଙ୍କ ବଦଳିର ପୁନଃର୍ଵିଚାର କରିବାକୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଠାରେ ସାଧାରଣରେ ଦାବି ହେଉଛି।
