ଆଭ୍ୟନ୍ତରୀଣ ଅଡିଟ୍ ଏଣିକି ୩୮ବିଭାଗରେ କାର୍ଯ୍ୟ କରିବ

ଭୁବନେଶ୍ୱର,୧୫/୧୦/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡ଼ିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ ଏହା କାର୍ଯ୍ୟ କରୁଛି । ଏହା ପବ୍ଲିକ ମନି ର ପ୍ରହରୀ ଭାବେ କାର୍ଯ୍ୟ କରେ । ସମାନତା, ବୃତିଗତ ତଦାରଖ ଏବଂ ସାଧାରଣ ଖର୍ଚ୍ଚର ତଦାରଖ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆଭ୍ୟନ୍ତରୀଣ ଅଡ଼ିଟ୍ କର୍ମଚାରୀଙ୍କୁ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀଭୂତ କରାଯାଇଛି ।

ବର୍ତମାନର ସରକାର ଆହୁରି ୧୦ଟି ବିଭାଗରେ ଆଭ୍ୟନ୍ତରୀଣ ଅଡ଼ିଟ୍ ୱିଙ୍ଗ ସୃଷ୍ଟି କରି ରାଜ୍ୟରେ ଆଭ୍ୟନ୍ତରୀଣ ଅଡିଟ୍ ସୁଦୃଢ଼ କରିବାରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ଅର୍ଥ ବିଭାଗ ୦୯ ଅକ୍ଟୋବର ୨୦୨୫ ରେ ୨୮ଟି ବିଭାଗରେ ବର୍ତମାନର ମଞ୍ଜୁରୀପ୍ରାପ୍ତ ୫୧୦ ଜଣଙ୍କ ସଂଖ୍ୟାକୁ ଯୁକ୍ତିଯୁକ୍ତ ଭାବେ ବିଭକ୍ତ କରି ୮୫ ଜଣ ଅଡ଼ିଟ୍ କର୍ମଚାରୀଙ୍କ ସହ ଆଉ ୧୦ଟି ବିଭାଗରେ ଆଭ୍ୟନ୍ତରୀଣ ଅଡିଟ୍ ୱିଙ୍ଗ ସୃଷ୍ଟି କରିଛି । ନୂତନ ଆଭ୍ୟନ୍ତରୀଣ ଅଡ଼ିଟ୍ ୱିଙ୍ଗ ଗୁଡ଼ିକ ନିରନ୍ତର ସମୀକ୍ଷା ଓ ଅନୁପାଳନ ଯାଂଚ ମାଧ୍ୟମରେ ଆର୍ଥିକ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ।

ଶୀଘ୍ର ବିପଦ ଚିହ୍ନଟ କରିବା ଏବଂ ଅଡିଟ୍ ଆପତି ହ୍ରାସ କରିବାରେ ସାହାଯ୍ୟ କରିବ । ଯେଉଁ ୧୦ଟି ଅଧିକ ବିଭାଗରେ ଆଭ୍ୟନ୍ତରୀଣ ଅଡିଟ୍ ୱିଙ୍ଗ ସୃଷ୍ଟି କରାଯାଇଛି ସେଗୁଡ଼ିକ ହେଉଛି ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ, ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଇଲେକ୍ଟ୍ରୋନିସ ଏବଂ ସୂଚନା ପ୍ରଯୁକ୍ତି, ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ, ଶିଳ୍ପ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ । ସରକାରଙ୍କ ଏହି ପଦକ୍ଷେପ ସହିତ, ଆଭ୍ୟନ୍ତରୀଣ ଅଡିଟ୍ ଏବେଠାରୁ ୩୮ଟି ବିଭାଗରେ କାର୍ଯ୍ୟ କରିବ ।

Leave a Reply

Your email address will not be published. Required fields are marked *