କଟକ ଗଣେଶ ଘାଟ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଅନ୍ୟଜଣେ ସଂକଟାପନ୍ନ

କଟକ ସଦର,୨୮/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗୋଟିଏ ପଟେ କଟକରେ ଐତିହାସିକ ବାଲିଯାତ୍ରା ଚାଲିଥିବା ଏଵଂ ଏଥିରେ ସଂପୂର୍ଣ୍ଣ ବ୍ୟସ୍ତ ରହିଥିବାବେଳେ ଅନ୍ୟପଟେ ପୁରୀ ଘାଟ ଥାନାର ଅଳ୍ପ ଟିକେ ଦୂରରେ ଗଣେଶ ଘାଟ ଠାରେ ଗତକାଲି ଶୁକ୍ରବାର ସଂଧ୍ୟାରେ ଦୁଇ ବସ୍ତି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଜନୈକ ଯୁବକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିରେ ଅନେକ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା ବେଳେ ସେଥି ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ମୃତକ ଅମରେନ୍ଦ୍ର ସାମଲ

ପ୍ରକାଶ ଯେ ସୀମା ବିବାଦକୁ ନେଇ ଦୁଇ ବସ୍ତି ମଧ୍ୟରେ କଥା କଟାକଟି କୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଢେଲା ମାଡ, ବୋତଲ ମାଡ଼ ସହିତ ଠେଙ୍ଗା ମାଡ଼ରେ ଉକ୍ତ ଅଞ୍ଚଳ ରଣଭୂମି ପାଲଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇ ଆହତମାନଙ୍କ ଚିକିତ୍ସା ପାଇଁ ମେଡିକାଲ୍ ପଠାଇବା ସହିତ ଉଭୟ ଗୋଷ୍ଠୀରୁ ଅନେକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ଚିକିତ୍ସାଧିନ ଅବସ୍ଥାରେ ଵୁଲୁ ଓରଫ୍ ଅମରେନ୍ଦ୍ର ସାମଲଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ନିଲୁଆ ଓରଫ ନିରଞ୍ଜନ ସାମଲଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ତାଙ୍କ ପରିବାରଙ୍କ ପକ୍ଷରୁ କୁହାଯାଇଛି। ପରିସ୍ଥିତି ପ୍ରତି ପୋଲିସ ସଜାଗ ଦୃଷ୍ଟି ରଖିଥିବା ଦେଖାଯାଇଛି।

 

 

 

Leave a Reply

Your email address will not be published. Required fields are marked *