ଜଙ୍ଗଲରୁ ମାଟିତଳେ ପୋତାଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର

ମାଲକାନଗିରି,୨୫/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ ଚାଲୁଥିବା ବେଳେ ଡିଭିଏଫ ଓ ଏସଓଜି ବାହିନୀଙ୍କୁ ମିଳିଛି ବଡ ସଫଳତା। ମାଟିତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର ହୋଇଛି । ଆନ୍ଧ୍ର – ଓଡ଼ିଶା ସୀମାନ୍ତ କାଳିମେଳା ଥାନା ଅନ୍ତର୍ଗତ କୂର୍ମାନୁର ଜଙ୍ଗଲରୁ ମାଟିତଳେ ପୋତାଯାଇଥିବା ଏହି  ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଗୋଟିଏ ବନ୍ଧୁକ ସହ ୩୪ ପ୍ରକାରର ମାଓ ସାମଗ୍ରୀ ମାଟିତଳୁ ମିଳିଥିବା ଜଣାପଡ଼ିଛି। ଏସଓଜି ଓ ଡିବିଏଫ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି। ଘଟଣା ପରେ ସେହି ଅଞ୍ଚଳରେ ଯାଞ୍ଚ ଅପରେସନକୁ ବଢାଇ ଦିଆଯାଇଛି।

ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଏସବିଏମଏଲ ଗନ୍, ୧୨ଟି ଟିଫିନ ଆଇଇଡି, ପାଞ୍ଚଟି ଗ୍ରେନେଡ଼, ୧.୫ କେଜି କୋଡେକ୍ସ ୱେୟାର, ତିନୋଟି ଇଲେକ୍ଟ୍ରିକ ଡିଟୋନେଟର, ୩୯ଟି ଜିଲାଟିନ ଷ୍ଟିକ ଭଳି ପ୍ରାୟ ୩୪ ପ୍ରକାର ମାଓ ସାମଗ୍ରୀ ରହିଛି। ଏହି ସବୁ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟିର ହୋଇଥାଇପାରେ ବୋଲି ମାଲକାନଗିରି ଏସ୍‌ପି ନିତେଶ୍‌ ୱାଧୱାନି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *