ଢେଙ୍କାନାଳ, ୧୮/୦୪/୨୦୨୫ (ଓଡ଼ିଶା ସମାଚାର)- ଝାଡ଼ବନ୍ଧ ରୁଙ୍ଗଟା ମାଇନ୍ସ କମ୍ପାନୀରେ ଅଘଟଣ। ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇନରନ ପ୍ଲେଟ ପଡ଼ି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇରନ ପ୍ଲେଟ ଉଠାଇବାବେଳେ ତାହା ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ୩ ଗୁରୁତର ଆହତ ଶ୍ରମିକଙ୍କୁ କଟକର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
ରୁଙ୍ଗଟା ମାଇନ୍ସ କମ୍ପାନୀରେ ଅଘଟଣ : ଆଇରନ୍ ପ୍ଲେଟ ପଡ଼ି ୨ ମୃତ, ୩ ଗୁରୁତର ଆହତ
