ବରକୁଳରେ ବିଳାସପୁର୍ଣ୍ଣ ୪୦ ସିଟ ବିଶିଷ୍ଟ କ୍ରୁଜ୍ ବୋଟର  ଉଦଘାଟନ

ଭୁବନେଶ୍ୱର, ୦୪/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-‘ସ୍ବଦେଶ ଦର୍ଶନ ଯୋଜନାର ଉପକୂଳ ସର୍କିଟ ବରକୁଳର ବିକାଶ’ ଅଧୀନରେ ‘ଲେକ୍ କୁଇନ’ ଏବଂ ‘ଡାଇମଣ୍ଡ୍ ପ୍ରିନ୍ସସେସ୍’ ନାମକ ଦୁଇଟି ବିଳାସପୁର୍ଣ୍ଣ ୪୦ ସିଟ ବିଶିଷ୍ଟ କ୍ରୁଜ୍ ବୋଟର ଶୁଭ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।

ପର୍ଯ୍ୟଟକମାନଙ୍କ ଆରାମଦାୟକ  ଏବଂ ସ୍ମରଣୀୟ ଯାତ୍ରା ସୁନିଶ୍ଚିତ କରିବା ନିମନ୍ତେ ଏହି କ୍ରୁଜ୍ ଡ଼ଙ୍ଗା ଗୁଡିକରେ ଏୟାର କଣ୍ଡିସନ କ୍ୟାବିନ ଠାରୁ ଆରମ୍ଭ କରି ଅନ୍-ବୋର୍ଡ ଫୁଡ୍ ସର୍ଭିସ ପର୍ଯ୍ୟନ୍ତ  ସର୍ବୋତ୍ତମ ସୁବିଧା ଉପଲବ୍ଧ କରାଯାଇଛି। କ୍ରୁଜ୍ ରେ ଯାତ୍ରା କରିବା ସମୟରେ ପର୍ଯ୍ୟଟକମାନେ କାଳିଜାଇ ଦ୍ବୀପ ଏବଂ ନଳବଣ ପକ୍ଷୀ ଅଭୟାରଣ୍ୟର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ବିଶ୍ୱସ୍ତରରେ କ୍ରୁଜ୍ ପର୍ଯ୍ୟଟନର ଚାହିଦା ବୃଦ୍ଧି ପାଉଛି ଓ ଓଡ଼ିଶାରେ ଏହାର ସମ୍ଭାବନା ଯଥେଷ୍ଟ ଅଧିକ ଅଛି ଏବଂ ଏହି କ୍ରୁଜ୍ ପର୍ଯ୍ୟଟନ ଓଡ଼ିଶାରେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ । ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତି ଥିଲେ ।

-0-

ତନୁଜା ମହାନ୍ତି ,ଲୋକ ସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *