କଟକରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୭ ତମ ଜୟନ୍ତୀ ସମାରୋହ

କଟକ ସଦର,୨୧/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା):ମହାନ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟପାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ ର ପ୍ରତିଷ୍ଠାତା, ବିଶିଷ୍ଟ ସାମ୍ବାଦିକ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୭ ତମ ଜୟନ୍ତୀ ସମାରୋହ ଆଜି ଶନିବାର ଦିନ କଟକ ମଧୁପାଟଣା ପ୍ରେସ ଛକଠାରେ ଥିବା ମହତାବଙ୍କ ପ୍ରତିମୂର୍ତ୍ତି ନିକଟରେ ମହାସମାରୋହରେ ପାଳନ କରାଯାଇଛି।

ଏଥିରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଡ଼ଃ ମହତାବଙ୍କ ସୁପୁତ୍ର ତଥା କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ,କୋରେଇ ବିଧାୟକ ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକ, କେଏମସି ମେୟର ସୁବାସ ସିଂହ, କମିଶନର କିରଣଦୀପ କଉର ସହୋଟା ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରି ଓଡ଼ିଶା ପ୍ରଦେଶ ଗଠନ ଓ ଆଧୁନିକ ଓଡ଼ିଶାରେ ଡ଼ଃ ମହତାବଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ।ଦେଶ ଓ ମାଟି ପାଇଁ ତାଙ୍କର ତ୍ୟାଗ ସଂଘର୍ଷ, ନିଷ୍ଠା ଓ ସମର୍ପଣ ସମସ୍ତଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ। ଏଥିରେ ଭାଗ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଜେପି ନେତା ନୟନ କିଶୋର ମହାନ୍ତି, ଲଲାଟେନ୍ଦୁ ଵଡୁ, ପ୍ରକାଶ ଦାସ, ବିଜେଡ଼ି ନେତା ପ୍ରଶାନ୍ତ ନାୟକଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ ମହତାବ ପ୍ରେମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *