କଟକ ସଦର ଅଞ୍ଚଳରେ ବର୍ଷା ତାଣ୍ଡବ,ଥୋଡ ଧାନ କିଆରୀ ଜଳାର୍ଣ୍ଣବ

କଟକ ସଦର,୨୦/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ତିରିଶ ବର୍ଷ ପରେ ନଭେମ୍ବର ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ କଟକ ସଦର ଅଞ୍ଚଳର ଥୋଡ ଧରିଥିବା ଧାନ କିଆରୀ ଜଳାର୍ଣ୍ଣବ ହୋଇଥିବା ଦେଖାଯାଇଛି।

ଫଳରେ ୪୨ ମୌଜା, କନ୍ଦରପୁର, କିଶନନଗର, ନେମାଳ ପ୍ରଭୃତି ଅଞ୍ଚଳରେ ଧାନ ଗଛ ସବୁ ପାଣିରେ ପଡି଼ଯାଇଛି। ଯାହାଫଳରେ ଧାନ ଫସଲ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଅଧିକ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷ ଜମିର ସରଜମିନ ତଦାରଖ କରି ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *