ଉଦଯାପିତ ହେଲା ଜଗତସିଂହପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫.

ଜଗତସିଂହପୁର,୨୩/୧୨/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆ ଠାରେ  ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ ର ଦ୍ଵିତୀୟ ବା ଉଦଯାପନୀ ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ-ଜିଲ୍ଲାପରିଷଦ- ଜଗତସିଂହପୁର  ଶ୍ରୀ ରବି ନାରାୟଣ ଜେଠୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ, ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ଡା. ବୀରକିଶୋର ପରିଡା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିବା ସହିତ, ଡା. ବିଭୁ ରଞ୍ଜନ ଦାସ, ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କଟକ, ଶ୍ରୀ ଜିତେନ୍ଦ୍ର କୁମାର ବେହେରା, ଉପ- ମତ୍ସ୍ୟ ନିର୍ଦ୍ଧେଶକ କଟକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।

ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜଗତସିଂହପୁର ଡ଼ା ଅଜୟ କୁମାର ସାହୁ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ସଭା ଶେଷରେ  ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜଗତସିଂହପୁର ଶ୍ରୀଯୁକ୍ତ ଦେଵବ୍ରତ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ଦ୍ୱିତୀୟ  ଦିବସର ସଭାରେ  ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଓ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ପ୍ରେରିତ  ଭିଡିଓ ଶୁଭେଚ୍ଛା ବାର୍ତ୍ତା ଓ ଅଭିଭାଷଣକୁ ଜନସାଧାରଣ ଅବଗତି ନିମନ୍ତେ ଏଲ୍.ଇ.ଡି ସ୍କ୍ରିନ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଏହି ମେଳାରେ ମୁଖ୍ୟ ବକ୍ତା ଓ ଅତିଥିମାନେ ଜଗତସିଂହପୁର ଜିଲ୍ଲାର ମତ୍ସ୍ୟ ଚାଷୀ ଓ ପ୍ରାଣିଧନ  ଚାଷୀ ଯେପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରି ଯୋଜନାର ଲାଭ ପାଇପାରିବେ ଏବଂ ଆର୍ଥିକ କ୍ଷେତ୍ରରେ ଉନ୍ନତି କରି ପାରିବେ ସେଥିପାଇଁ ସେମାନଙ୍କର ଅଭିଭାଷଣ ସଚେତନ କରାଇଥିଲେ। ମୁଖ୍ୟଅତିଥି ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ସମସ୍ତ ଉପସ୍ଥିତ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।

ଏହି ଅବସରରେ ସଭାପତି ଓ ଅତିଥିମାନଙ୍କ ଦ୍ଵାରା ସଫଳ ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ତନ୍ମଧ୍ୟରୁ  ପାଞ୍ଚ ଜଣ ଚାଷୀଙ୍କୁ Go-Ahead letter ପ୍ରଦାନ କରାଗଲା, ମତ୍ସ୍ୟସମ୍ପଦ ଓ ପ୍ରାଣୀସମ୍ପଦ ବିଭାଗ ର ଚାରି ଜଣ ସଫଳ ଚାଷୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଗଲା ଏବଂ ତିନି ଜଣ ଚାଷୀଙ୍କୁ ଚେକ୍ ଜରିଆରେ ସରକାରୀ ସହାୟତା ରାଶି ପ୍ରଦାନ କରାଗଲା ।ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବୈଜ୍ଞାନିକମାନଙ୍କ ସହ କୃଷକମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୃଷକମାନେ ସେମାନଙ୍କର ସମସ୍ୟା ଓ ସନ୍ଦେହ ବୈଜ୍ଞାନିକମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ।

ବୈଜ୍ଞାନିକମାନେ ଉନ୍ନତ ପ୍ରଜନନ ଓ ସେକ୍ସ ସର୍ଟେଡ ସିମେନର ଉପକାରିତା ସଂପର୍କରେ, ରୋଗ ନିୟନ୍ତ୍ରଣ, ଘାସ ଚାଷର ଉପକାରିତା , ଆଧୁନିକ ଚାଷ ପ୍ରଣାଳୀ ଏବଂ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ବଧରେ  ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ।ସଭାକାର୍ଯ୍ୟ ଶେଷ ହେବାପରେ ଜିଲ୍ଲା କଳା ଓ ସଂସ୍କୃତି ସଂଘ ଦ୍ଵାରା ଅନୁବନ୍ଧିତ ବିଭିନ୍ନ ( ଗୋଷ୍ଟି ) ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଜିଲ୍ଲା ର ୦୮(ଆଠ) ଗୋଟି ବ୍ଲକ ରୁ ବହୁ ସଂଖ୍ୟାରେ ମତ୍ସ୍ୟ ଚାଷୀ ଓ ପ୍ରାଣୀସମ୍ପଦ ଚାଷୀମାନଙ୍କ ସହିତ ଜନସାଧାରଣ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀଙ୍କ ସମେତ  ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। । ଏହି ମେଳା ଆୟୋଜନ ଓ ଅନୁଷ୍ଠିତ କରିବା ପାଇଁ ଉଭୟ ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ ମତ୍ସ୍ୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *