ସୁନା ଝିଅ ରୁଚିକା ହେଲେ ସ୍ବର୍ଣ୍ଣ ପଦକ ବିଜୟିନୀ 

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ସଭାପତିଙ୍କ କରକମଳରେ ଉନ୍ମୋଚିତ ହେଲା ତାଙ୍କର ଷଷ୍ଠ ସାହିତ୍ୟ କୃତି ‘ରାଇମ୍ସ ୱିଥ୍ ଚାଇମ୍ସ’ (Rhymes with Chimes)

କଟକ, ୧୯/୧୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)- ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ସୁକନ୍ୟା ରୁଚିକା ଦିବ୍ୟଦର୍ଶିନୀ ପଣ୍ଡା କଳା, ଯୋଗାଯୋଗ ଏବଂ ଭାରତୀୟ ଅଧ୍ୟୟନ ସଂକାୟ (FACIS) ଅଧୀନସ୍ଥ ଇଂରାଜୀ ବିଭାଗରୁ ଇଂରାଜୀ ସମ୍ମାନ (English Honours) ସ୍ନାତକ ଡିଗ୍ରୀରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ପୂଜ୍ୟ ଗୁରୁଦେବଙ୍କ ଆଶୀର୍ବାଦ ଲାଭ କରିଛନ୍ତି।

ଏହି ସଫଳତାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ସଭାପତି, ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ତଥା ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ପଦ୍ମବିଭୂଷଣ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ପବିତ୍ର କରକମଳରେ ରୁଚିକାଙ୍କ ଷଷ୍ଠ ସାହିତ୍ୟ କୃତି ‘ରାଇମ୍ସ ୱିଥ୍ ଚାଇମ୍ସ’ (Rhymes with Chimes) ଉନ୍ମୋଚିତ ହୋଇଛି।

ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସମ୍ମାନିତ ଅତିଥି ଭାବେ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟା ଶ୍ରୀମତୀ ଚନ୍ଦ୍ରିକା କୃଷ୍ଣମୂର୍ତ୍ତି ଟଣ୍ଡନ ଯୋଗ ଦେଇଥିଲେ। ଏଥିସହ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଭାପତି ତଥା ଅଧ୍ୟକ୍ଷ ଶ୍ରୀ ଆଦେଶ ଗୋୟଲ, କୁଳପତି ଡଃ ତେଜ ପ୍ରତାପ, କୁଳସଚିବ ଶ୍ରୀ ଶୁଭଜ୍ୟୋତି ଘୋଷଙ୍କ ସମେତ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ, ଡିନ୍, ବିଭାଗୀୟ ମୁଖ୍ୟ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଗର୍ବିତ ଅଭିଭାବକମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *