କନ୍ଦରପୁର ଶିଶୁ ବିଦ୍ୟାମନ୍ଦିରରେ ଭୂମି ପୂଜନ କଲେ ବିଧାୟକ ପ୍ରକାଶ ସେଠୀ

କଟକ ସଦର,୨୩/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶ୍ରେଣୀ ଗୃହ ନିର୍ମାଣର ଶିଳାନ୍ୟାସ ଆଜି ମଙ୍ଗଳବାର ପୂର୍ବାହ୍ନରେ କଟକ ସଦର ବିଧାୟକ ପ୍ରକାଶ ସେଠୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।

ସାଂସଦ ଭର୍ତୃହରି ମହତାବଙ୍କ ପାଣ୍ଠିର ୯ ଲକ୍ଷ ଓ ବିଧାୟକ ପ୍ରକାଶ ସେଠୀ ଙ୍କ ପାଣ୍ଠିର ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସଦର ବ୍ଲକ୍ ପକ୍ଷରୁ ନିର୍ମାଣ ହେବାକୁ ଥିବା ଶ୍ରେଣୀ ଗୃହ ଭୂମି ପୂଜନ କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସହିତ ଵିଡିଓ ପ୍ରତୀକ ସାହୁ ,ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ସାଧୁ ଚରଣ ଜେନା, ସଂପାଦକ ରାଧାକୃଷ୍ଣ ସ୍ୱାଇଁ,ସହ ସଂପାଦକ  ଗୈ।ରାଙ୍ଗ ଚରଣ ତରାଇ, ବରିଷ୍ଠ ଉପଦେଷ୍ଟା ହୃଷିକେଶ ଜେନା, ଉପଦେଷ୍ଟା ନଵଘନ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ପରିଚାଳନାରେ ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହାୟତା କରିଥିଲେ।

 

 

Leave a Reply

Your email address will not be published. Required fields are marked *