ସାହିତ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ ଦକ୍ଷତା ପାଇଁ କବି  ଆର୍ତ୍ତତ୍ରାଣ ସାହୁଙ୍କୁ ସମ୍ମାନଜନକ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ

 ନିରାକାରପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)-   ସାହିତ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ ଦକ୍ଷତା ପାଈଁ କବି ତଥା ଲେଖକ ସମାଜସେବୀ ଆର୍ତ୍ତତ୍ରାଣ ସାହୁଙ୍କୁ ଆମେରିକାନ ଆଲିଆନ୍ସ ବିଶ୍ଵବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ପାଈଁ ସମ୍ମାନ ଜନକ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି।ପୁରୀ ଜିଲ୍ଲା କଣାସ ବ୍ଲକ ରାଇଗରପୁର ଗ୍ରାମରେ ୧୯୬୬ ମସିହାରେ ପିତା ଉଦ୍ୟନାଥ ସାହୁ ଓ ମାତା ହରମଣି ସାହୁ ଙ୍କ ଔରସରୁ ଆର୍ତ୍ତତ୍ରାଣ ଙ୍କ ଜନ୍ମ ଗ୍ରହଣ କରିଥିଲେ। ସେ ଖୋରଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡି ଏ ଭି କଲେଜରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ନିରାକାରପୁର ବଜାର ରେ ଏକ ସ୍ଵର୍ଣ୍ଣ ଅଳଙ୍କାର ବ୍ୟବସାୟ କରିଥିଲେ ବି ସାହିତ୍ୟ ପ୍ରତି ତାଙ୍କର ଯଥେଷ୍ଟ ଆଗ୍ରହ ଥିଲା। ଲେଖାରେ ରୁଚି ରଖିଥିବା ଆର୍ତ୍ତତ୍ରାଣ ଏକାଧିକ କବିତା ପୁସ୍ତକ ଲେଖିଥିଲେ। ତାଙ୍କୁ ଅନେକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟରେ ତାଙ୍କ ପତ୍ନୀ ମିନତୀ ସାହୁ ସମ୍ପୂର୍ଣ ସହଯୋଗ ଦେଉଥିଲେ। ସାହିତ୍ୟ କ୍ଷେତ୍ରରେ ତାଙ୍କର ଦକ୍ଷତା ପାଇଁ ଏଭଳି ସମ୍ମାନ ଜନକ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ କରିଛି ଆମେରିକାନ ଆଲିଆନ୍ସ ବିଶ୍ଵବିଦ୍ୟାଳୟ। ଦିଲ୍ଲୀ ଗୁଡଗାଁ ରେ ଅନୁଷ୍ଠିତ ଏକ ସୂତନ୍ତ୍ର ଉତ୍ସବରେ ସୁଇଜରଲ୍ୟାଣ୍ଡ ହାଇକମିଶନର ଙ୍କ ଉପସ୍ଥିତି ରେ କବି ଆର୍ତ୍ତତ୍ରଣ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଖୋର୍ଦ୍ଧା ନିରାକାରପୁର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ସହଯୋଗ ଅନୁଷ୍ଠାନ, ରମଦୟା ପରିଷଦ ଓ ସ୍ଥାନୀୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଙ୍କ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।

Leave a Reply

Your email address will not be published. Required fields are marked *