କଟକ ସଦର, ୧୯/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବାତ୍ୟା ‘ଅକୱ।ନ‘ କୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ୩ ପ୍ରମୁଖ ମନ୍ଦିର ଧବଳେଶ୍ଵର,ସିଂହନାଥ ଓ ଭଟ୍ଟାରିକା ପୀଠରେ ଆସନ୍ତା କାଲି ଶୁକ୍ରବାର ୨୦ ତାରିଖରେ ଭକ୍ତଙ୍କ ପ୍ରବେଶ ଉପରେ କଟକ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି।

ଆସନ୍ତା କାଲି ପଞ୍ଚୁକ ବ୍ରତର ପ୍ରଥମ ଦିନ ଏବଂ ପ୍ରବଳ ବର୍ଷା–ପଵନ ଆଶଙ୍କା ଥିବାରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ହେଲେ ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ବାତ୍ୟା ପାଇଁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିବାଵେଳେ ପଡୋଶୀ କଟକ ଜିଲ୍ଲାରେ ବାତ୍ୟା ନଥିବା ଦର୍ଶାଯାଇଛି। ତେବେ ବାତ୍ୟା ନଥିବା କଟକ ଜିଲ୍ଲାର ଉକ୍ତ ମନ୍ଦିର ମାନଙ୍କରେ କଟକଣା କଣ ପାଇଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
