ଯଶପଡାରେ ଚାରୋଟି ପଞ୍ଚାୟତର ୨୨୬ ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ

କଟକ ସଦର, ୧୭/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ଯଶପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଆଜି ମଙ୍ଗଳବାର ଅପରାହ୍ନରେ ଧରିଣା, ଅରିଲୋ,ଵାରଦା ଓ ଯଶପଡା ପଞ୍ଚାୟତର ୨୨୬ ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ।

ଏହି ଉପଲକ୍ଷେ ଵିଡିଓ ପ୍ରତୀକ ସାହୁଙ୍କ ସଭାପତିତ୍ବରେ ଏଵଂ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକଙ୍କ ସଂଯୋଜନାରେ ଆୟୋଜିତ ଭତ୍ତା ବଣ୍ଟନ ସଭାରେ ବିଧାୟକଙ୍କ ସମେତ ପୂର୍ବତନ ବ୍ଲକ୍ ଚେୟାରମେନ ସାଧୁ ଚରଣ ଜେନା,ଧରିଣା ସରପଂଚ ରତ୍ନାକର ରାଉତ,ଵାରଦା ସରପଂଚ ନିରୋଜ ନଳିନୀ ଦାସ, ଯଶପଡା ସରପଂଚ ମୀନତି ସେଠୀ, ଅରିଲୋ ସରପଂଚ ମମତା ମଲ୍ଲିକ,ଚିତ୍ତରଞ୍ଜନ ସାହୁ, ବିରଞ୍ଚିନାରାୟଣ ପଣ୍ଡାଙ୍କ ସମେତ ପଞ୍ଚାୟତ ନିର୍ଵାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *