ଜୁନାଗଡ଼, ୨୭/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ଏନଏସି ସଭା ଗୃହ ଠାରେ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆସନ୍ତା ଜାନୁୟାରୀ ୮,୯ ଓ ୧୦ ତାରିଖରେ ୩ ଦିନ ଧରି ଏନଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ପାଇଁ ତାରିଖ ଧାର୍ୟ୍ୟ କରାଯାଇଥିଲା । ସଭାରେ ଏନଏନଏସି ଭାରପ୍ରାପ୍ତ ଅଧ୍ୟକ୍ଷ ହିମାଦ୍ରୀ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠିତ ଏନଏସି ଇଓ ପ୍ରମୋଦ କୁମାର ଖିଲୋ, ପୂର୍ବ ଇଓ ଈଶ୍ୱର ପୁଝରୀ, କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ ଅଶୋକ ପଟ୍ଟନାୟକ,ସମାଜସେବୀ ଦୁର୍ଗା ପ୍ରସାଦ ନାଏକ, କଳାହାଣ୍ଡି ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ, ଜୁନାଗଡ଼ ସାମ୍ବାଦିକ ସଂଘର ସଭାପତି ଖଗେଶ୍ବର ଧଙ୍ଗଡାମାଝୀ, ସାଂସ୍କୃତିକ କମିଟିର ସଦସ୍ୟ ବିଘ୍ନରାଜ ବରାଡ଼, ଶିକ୍ଷକ ବିଭାଗର ଯୀଶୁ ରାମ ଗୋପାଳ, ମଳୟ ମୁଣ୍ଡ, କାଳିଆ କନ୍ଦପାନ ସମେତ ଅନେକ ବୁଦ୍ଧିଜୀବୀ ସଭାରେ ଉପସ୍ଥିତ ଥିଲେ । ପ୍ରତିବର୍ଷ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ବ୍ଲକ ଏକାକୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏନଏସି ନିଜ ଉଦ୍ୟମରେ ୩ ଦିନ ଧରି କଳାହାଣ୍ଡି ଉତ୍ସବ ପାଳନ କରିବା ପାଇଁ ଧାର୍ୟ୍ୟ କରାଯାଇଥିଲା ।
ଜୁନାଗଡ ଏନଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ପ୍ରସ୍ତୁତି ବୈଠକ ।
