ଜଗତସିଂହପୁରରେ “ମେରି ପଲିସି ମେରେ ହାଥ୍” କାର୍ଯ୍ୟକ୍ରମ ଶୁଭାରମ୍ଭ: ୨୩ ଚାଷୀଙ୍କୁ ରବି ଫସଲ ବୀମା ପତ୍ର ପ୍ରଦାନ

​ ଜଗତସିଂହପୁର ୨୫/୦୨/୨୦୨୬ (ଓଡ଼ିଶା ସମାଚାର)-  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅନ୍ତର୍ଗତ “ମେରି ପଲିସି ମେରେ ହାଥ୍” ଅଭିଯାନର ରବି ଋତୁ ୨୦୨୫-୨୬ ପାଇଁ ପଲିସି ବଣ୍ଟନ କାର୍ଯ୍ୟକ୍ରମ ତରଡ଼ପଦାଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (CDAO) ଶ୍ରୀଯୁକ୍ତ କୁଳମଣି ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଚାଷୀମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ଫସଲ ବୀମାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ତରଡ଼ପଦା ସରପଞ୍ଚ ଶ୍ରୀଯୁକ୍ତ ଦୀପକ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଚାଷୀମାନଙ୍କୁ ସଚେତନ କରିଥିଲେ। ଇଣ୍ଡସଇଣ୍ଡ ଜେନେରାଲ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଚାଳକ ଶ୍ରୀ ପ୍ରମୋଦ କୁମାର ନାୟକ ଏବଂ ବ୍ଲକ ସମନ୍ୱୟକ ଶ୍ରୀ ପ୍ରସନ୍ନ କୁମାର ବାରିକ ପରିଚାଳନା କରିଥିଲେ। ଏଥିସହ ବିରିଡି ବି.ସି. ଶ୍ରୀ ସୁବାଷ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

​ଉକ୍ତ ସଭାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଞ୍ଚଳର ୨୩ ଜଣ ଚାଷୀଙ୍କୁ ସେମାନଙ୍କର ରବି ଫସଲ ବୀମା ପଲିସି କପି ପ୍ରଦାନ କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କୁ ସହାୟତା ଯୋଗାଇଦେବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *