କଟକ ସଦର,୧୫/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ମତ୍ତଗଜପୁର ଗ୍ରାମର ସ୍ୱନାମଧନ୍ୟ ସମାଜସେବୀ ତଥା ୪୦୦ ଟଙ୍କାରୁ ଗଢି଼ଥିବା ହଜାରେ କୋଟି ସାମ୍ରାଜ୍ୟର ଅଧିକାରୀ ଭାରତ ମସଲାର ପ୍ରାଣ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡାଙ୍କୁ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। କିସ୍ ବିଶ୍ୱବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବରେ କିଟ୍,କିମ୍ସ ଓ କିସ୍ ପ୍ରତିଷ୍ଠାତା ପୂର୍ବତନ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଶ୍ରୀ ପଣ୍ଡାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ।
ଏଥିସହିତ ଡକ୍ଟର ପଣ୍ଡାଙ୍କ ସଫଳତା ପଛରେ ସହଧର୍ମିଣୀ ପ୍ରଭାସିନୀ ପଣ୍ଡାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମଧ୍ୟ ସମ୍ଵର୍ଦ୍ଧିତ କରାଯାଇଛି। ସୂଚନାଯୋଗ୍ୟ ଯେ ଡକ୍ଟର ପଣ୍ଡା ନିଜକୁ କେବଳ ବ୍ୟବସାୟ କ୍ଷେତ୍ରରେ ସୀମିତ ନରଖି ସମାଜ ସେବା, ରକ୍ତଦାନ ଶିବିର,ଚାରା ରୋପଣ, ପରିବେଶ ସୁରକ୍ଷା ଭଳି ଅନେକ କ୍ଷେତ୍ରରେ ନିଜକୁ ନିୟୋଜିତ କରି ଆସୁଛନ୍ତି। ଏହା ଜଣାପଡିବା ପରେ ଭାରତ ମସଲା ପରିବାରରେ ଏଵଂ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି।
