ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ସଂଗଠନ ରେ ସାମିଲ ହେଲେ ୩୦ ରୁ ଉର୍ଦ୍ଧ୍ବ କର୍ମୀ

କଟକ ସଦର, ୧୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ୪୨ ମୈ।ଜା କଳପଡା କଦମ୍ଵେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ରଜ ମହୋତ୍ସବକୁ ଚଞ୍ଚକତା କରି ବନ୍ଦ କରି ଦିଆଯାଇଥିବା ପ୍ରତିବାଦରେ ଏଵଂ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’କାର୍ଯ୍ୟଧାରା ଏଵଂ ଏହାର ସଭାପତି ଶିକ୍ଷାବିତ୍ ସମାଜସେବୀ ପ୍ରଫେସର ମନୋଜ ନାୟକ ଙ୍କ ଲୋକପ୍ରିୟତା ରେ ଅନୁପ୍ରାଣିତ ହୋଇ ଆଜି ସୋମବାର ସଂଧ୍ୟାରେ ଅନ୍ୟ ଦଳର ୩୦ ରୁ ଉର୍ଦ୍ଧ୍ବ କର୍ମୀ କଳପଡା ଠାରେ ସଂଗଠନରେ ସାମିଲ ହୋଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ସାମିଲ ହୋଇଥିବା ନୂତନ କର୍ମୀ ମାନଙ୍କୁ ପ୍ରଫେସର ନାୟକ ଉତ୍ତରୀୟ ଦେଇ ସଂଗଠନକୁ ସ୍ୱାଗତ କରିଵା ସହିତ ଆଗାମୀଦିନରେ ଲୋକମାନଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ।

 

Leave a Reply

Your email address will not be published. Required fields are marked *