ଯେଯେ ମା ଆଈଙ୍କ ଦ୍ୱାଦଶାହ ଶୁଦ୍ଧିକ୍ରିୟା ଚାଲିଥିବାବେଳେ ନାତି ର ନଦୀ ଗଣ୍ଡରେ ବୁଡ଼ି ମୃତ୍ୟୁ

ଗରଦପୁର, ୧୮/୦୪/୨୦୨୪ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ତଳକୁସୁମା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ ଯେଯେ ମା ଆଈଙ୍କ ଦ୍ୱାଦଶାହ ଶୁଦ୍ଧିକ୍ରିୟା ଚାଲିଥିବାବେଳେ ନାତି ସେବକ ରଥ (୨୧) ଗ୍ରାମ ନିକଟ ଚିତ୍ରୋତ୍ପଳା ନଦୀ ବଚୁଆ ଗଣ୍ଡ ଜଳରେ ବୁଡ଼ି ପ୍ରାଣ ହରାଇଛନ୍ତି । କେଶବ ରଥ ଙ୍କ ଏକମାତ୍ର ପୁଅ ସେବକ । ଆଜି କେଶବ ଙ୍କ ଘରେ ବାରପତ୍ର ଚାଲିଥିଲା । ସେବକଙ୍କ ଯେଯେ ମା ଆଈଙ୍କ ଦ୍ୱାଦଶାହ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ଅପରାହ୍ନ ପ୍ରାୟ ୨ ଟା ବେଳେ ଶୌଚ ହେବାକୁ ନଦୀକୁ ଯାଇଥିଲା । ନଦୀର ବଚୁଆ ଗଣ୍ଡରେ ନିଜ ଅସାବଧାନତା ହେତୁ ବୁଡ଼ି ଯାଇଥିଲା । ଅପର ପକ୍ଷରେ ଏହି ସମୟରେ ଶୁଦ୍ଧିକ୍ରିୟା ଚାଲିଥିବାଉତ୍ସବ ସ୍ଥଳରେ ରଖାଯାଇଥିବା ଯେଯେ ଆଇମା ଙ୍କ ଫଟୋ ରେ ନିଆଁ ଲାଗି ଯାଇଥିଲା । ପରେ ବହୁ ବିଳମ୍ବରେ ବଚୁଆ ଗଣ୍ଡରୁ ସେବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଶୋକବର ଛାୟା ଖେଳିଯାଇଥିଲା ।

Leave a Reply

Your email address will not be published. Required fields are marked *