କଟକ ସଦର,୩୦/୦୫/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ରାଜସ୍ବ କାର୍ଯ୍ୟରେ ଯଥା ଲୋକଙ୍କୁ ସେବା ନ ଯୋଗାଇବା ଓ ପ୍ରଜାଖାନା ସଂଶୋଧନରେ ଅବହେଳା ଯୋଗୁଁ କଟକ ସଦର ତହସିଲ ଅନ୍ତର୍ଗତ ଗତିରାଉତପାଟଣା ଆର୍ ଆଇ (ରାଜସ୍ବ ନିରୀକ୍ଷକ) ସୁଚତ୍ର ମହାନ୍ତିଙ୍କୁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଓଡ଼ିଶା ସିଭିଲ ସର୍ଭିସ ନିୟମାବଳୀ,୧୯୬୨ର ନିୟମ-୧୨ ଅନୁସାରେ ନିଲମ୍ବନ କରିଥିବା ଜଣାପଡିଛି।

ଏଥିସହିତ ଏକା ସମାନ ଅଭିଯୋଗରେ ବଡମ୍ବା ତହସିଲ ଅନ୍ତର୍ଗତ ଯୋଡୁମୁ ଆର୍ ଆଇ ଅନୁରାଧା ସାହୁ ଏବଂ ଟାଙ୍ଗୀ-ଚୈ।ଦ୍ୱାର ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ଆର୍ ଆଇ ଶୁଭଶ୍ରୀ ଶୁଭସ୍ମିତା ମହାନ୍ତି ଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅଵଧି ମଧ୍ୟରେ ନିଲମ୍ବିତ ଆର୍ ଆଇ ମାନେ ନିର୍ଦ୍ଧାରିତ କରାଯାଇଥିବା ମୁଖ୍ୟାଳୟ କ୍ଷମତାପ୍ରାପ୍ତ କର୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ରହିଛି।
