କଟକ ସଦର ଅଞ୍ଚଳରେ  ତ୍ୟାଗ ଓ ବଳିଦାନ ର ପର୍ବ ଇଦ୍-ଉଲ୍-ଜୁହା ମହାସମାରୋହରେ ପାଳିତ

କଟକ ଜିଲାର ସମସ୍ତ ୨୧ ଟି ଥାନା ଅଂଚଳରେ ମେ ୫ ତାରିଖରୁ  ଅଗଷ୍ଟ ମାସ ୫ ତାରିଖ ପର୍ଯ୍ୟନ୍ତ ୩୦ ଧାରା ବଳବତର

କଟକ ସଦର,୦୭/୦୬/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସେବା, ସମର୍ପଣ, ତ୍ୟାଗ,ତିତିକ୍ଷା ଓ ପରିତ୍ୟାଗ ର ମହାନ୍ ପର୍ଵ ପବିତ୍ର ଇଦ୍-ଉଲ୍-ଜୁହା ଆଜି ଶନିବାର ସର୍ଵତ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଥିବା ବେଳେ କଟକ ସଦର ଅଞ୍ଚଳରେ ଏହି ପର୍ଵ ଧୁମ୍ ଧାମରେ ପାଳନ ହୋଇଥିବା ଜଣାପଡିଛି। ମୁସଲମାନ ସମ୍ପ୍ରଦାୟର ଅନ୍ୟତମ ପ୍ରମୁଖ ପବିତ୍ର ଭାଇଚାରାର ଵକ୍ରି ଇଦ୍-ଉଲ୍-ଜୁହା ପାଳନ ପାଇଁ ରାଉତରାପୁର, ରଘୁନାଥପୁର, ପରମହଂସ,ଦେଓପୁର, ଆୟତପୁର,ସୋମପୁର, ଥୋରିଆପଡା, କିଶନନଗର, ଵାଲିଶୁକ୍ରି, ନାରଦା, ପ୍ରହରାଜପୁର,ସିର୍ଲୋ, ଗଡମା, ନେମାଳ,ମହମ୍ମଦପୁର ପ୍ରଭୃତି ରେ ଥିବା ବିଭିନ୍ନ ମସଜିଦ ଓ ଇଦଘା ମାନଙ୍କରେ ସମୁହ ନମାଜ ପାଠ କରାଯାଇଛି। ଦିନ ତମାମ ଘରେ ଘରେ ଭୋଜିଭାତ ର ଆସର ଜମିଵାକୁ ଥିବା ବେଳେ ଏହା ୩ ଦିନ ଧରି ଆନନ୍ଦ ଉଲ୍ଲାସର ସହ ଚାଲିବ ବୋଲି ଜଣାପଡିଛି।


କଟକ ଜିଲାର ସମସ୍ତ ୨୧ ଟି ଥାନା ଅଂଚଳରେ ମେ ୫ ତାରିଖରୁ ୩୦ ଧାରା ଜାରି କରାଯାଇଛି । ଏହା ଅଗଷ୍ଟ ମାସ ୫ ତାରିଖ ପର୍ଯ୍ୟନ୍ତ ବଳବତର ରହିବ । ଏହି ସମୟ ମଧ୍ୟରେ ସାଧାରଣ ସଭା ଓ ଧାରଣା ଆଦି ଉପରେ କଟକଣା ରହିଛି । ଅନିୟନ୍ତ୍ରିତ ଗହଳି ଓ ଶାନ୍ତିଭଙ୍ଗ ଆଶଙ୍କା ଦୃଷ୍ଟିରୁ କଟକରା ରହିଛି । ଶୋଭାଯାତ୍ରା, ଆତସବାଜି , ଡ଼ାକବାଜି ଯନ୍ତ୍ର ପାଇଁ ଅନୁମତି ଆବଶ୍ୟକ । ସ୍ଥାନୀୟ ଥାନା କିମ୍ବା ଭାରପ୍ରାପ୍ତ ଅଧିକାରୀଙ୍କ ଅନୁମତି ବାଧ୍ୟତା ମୂଳକ ।

୩୦ ଧାରା ଜାରି ରହିଥିବାରୁ ଏହି ପର୍ଵ କୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ କିଶନନଗର ଥାନା ଆଇଆଇସି ଦୁର୍ଗେସ ନନ୍ଦିନୀ ମହାନ୍ତି ଙ୍କ ଆହ୍ୱାନ କ୍ରମେ କିଶନନଗର ଥାନା ଅଂଚଳରେ ଥିବା ସମସ୍ତ ମୁସଲମାନ ବସ୍ତି ର କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଥାନା ପରିସର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା । ଇସଲାମ ଧର୍ମାବଲମ୍ବୀ ମାନଙ୍କ ଦ୍ୱାରା ଆବାହମାନ କାଳରୁ ଏହି ବଳିଦାନ ର ପର୍ବ ଯେଭଳି ଭାଇଚାରା ର ସହିତ ପାଳିତ ହୋଇ ଆସୁଅଛି ,ଏହାକୁ ପାରମ୍ପରିକ ଭାବେ ଓ ଭାଇଚାରା ର ସହିତ ପାଳନ କରାଯିବା ସହିତ ଏହାର ହୃତ ଗୌରବ ବଜାଏ ରଖିବାକୁ ମତପ୍ରକାଶ ପାଇଲା । ସରକାରଙ୍କ ନୂଆ ନିୟମ ଧାରା ୩୦ ଲାଗୁ କରାଯାଇଥିବାରୁ ଏହା ଦ୍ୱାରା କିପରି ସାଧାରଣ ଲୋକଙ୍କ ସୁବିଧା ହେବ , ସେ ସମ୍ପର୍କରେ ଆଇଆଇସି ଶ୍ରୀମତୀ ମହାନ୍ତି ବୁଝାଇ ଥିଲେ । ଉପସ୍ଥିତ ସମସ୍ତ ମୁସଲମାନ ବସ୍ତି ର କର୍ମକର୍ତ୍ତାମାନେ ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ପାଳନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *