ନିରାକାରପୁର, ୨୮/୦୨/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ବକୁ ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବରିଷ୍ଠ ନେତା ତଥା ପୂର୍ବତନ ସରପଂଚ ବର୍ତ୍ତମାନର ସମିତି ସଭ୍ୟ ଲକ୍ଷ୍ମୀଧର ଜଗଦେବ ଙ୍କ ପରଲୋକ ପରେ ଆଜି ସେ ଜଡ଼ିତ ଥିବା ଆଞ୍ଚଳିକ ପ୍ରତିନିଧି ମଣ୍ଡଳୀ ତରଫରୁ ଆଜି ନିରାକାରପୁର ରାମ ମନ୍ଦିର ପରିସରରେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂହଙ୍କ ଆବାହକତ୍ୱରେ ଓ ସଭାପତି ଗଙ୍ଗାଧର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଭଦ୍ରା ବ୍ୟକ୍ତି ମାନେ ଲଷ୍ମୀଧର ଜଗଦେବ ଜଣେ ପ୍ରତିଷ୍ଠିତ ପରିବାରରେ ଜନ୍ମ ଗ୍ରହଣ କରି ବକୁ ଗ୍ରାପ ର ସରପଞ୍ଚ, ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ,ଜଣେ ସମାଜସେବୀ ଭାବରେ ସମାଜ ପାଇଁ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବା ସହିତ ଆମ ଅଂଚଳର ନ୍ୟାୟଦାତା ଭାବରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା ବୋଲି ମତ ବ୍ୟକ୍ତ କରିଥିଲେ। ପ୍ରଥମେ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ରାମଦୟା ପରିଷଦ ଉପସଭାପତି ସତ୍ୟବାଦୀ ବଳବନ୍ତରାୟ, ସାରଙ୍ଗଧର ବଳିଆର ସିଂହ, ଲକ୍ଷ୍ମୀଧର ସାମନ୍ତରାୟ, ବରିଷ୍ଠ ସଭ୍ୟ ବେଣୁଧର ଚମ୍ପତିରାୟ, ଅଶୋକ କୁମାର ବାହୁବଳେନ୍ଦ୍ର, ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର, ପୂର୍ବତନ ସରପଂଚ ଗିରିଶ ଚନ୍ଦ୍ର ମହାରଣା, ଯୁବ ନେତା ବିଧି ଭୁଷଣ ମହାରଣା , ମନୋଜ ପ୍ରଧାନ, ପ୍ରତାପ ଶ୍ରୀଚନ୍ଦନ, ସାଗର ବାରିକ, ସରପଂଚ ବିନୋଦିନୀ ଦାଶ ପ୍ରମୁଖ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷ ରେ ଉପ ସଭାପତି ବରିଷ୍ଠ ନେତା ବିପିନ କୁମାର ଜୟସିଂହ ଧନ୍ୟବାବ ଅର୍ପଣ କରିଥିଲେ ।
ବରିଷ୍ଠ ନେତା ପୂର୍ବତନ ସରପଞ୍ଚ ଲଷ୍ମୀଧର ଜଗଦେବ ସ୍ମୃତି ଚାରଣ ସଭା
