କନ୍ଦରପୁର ଠାରେ କଟକ ସଦର ବ୍ଲକର ‘ଵିକାଶର ଧାରା, ଓଡ଼ିଶା ସାରା’କାର୍ଯ୍ୟକ୍ରମ

କଟକ ସଦର,୨୩/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କଟକ ସଦର ବ୍ଲକ ପକ୍ଷରୁ ୭ ଦିନ ବ୍ୟାପୀ ଆରମ୍ଭ ହୋଇଥିବା ‘ଵିକାଶର ଧାରା,ଓଡ଼ିଶା ସାରା’ ୫ମ ଦିନର କାର୍ଯ୍ୟକ୍ରମ ଆଜି ମଙ୍ଗଳବାର ଦିନ କନ୍ଦରପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଵିଡିଓ ପ୍ରତୀକ ସାହୁଙ୍କ ପୈ।ରୋହିତ୍ୟ ଓ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଙ୍କ ସଂଯୋଜନାରେ ଆୟୋଜିତ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଦୁଇବର୍ଷ ରେ ଗ୍ରାମାଞ୍ଚଳରେ ହୋଇଥିବା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ।

ଏଥିସହିତ ରାଜ୍ୟ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ଓ ଅନ୍ତଦ୍ୟୋୟ ଯୋଜନା କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ବିଧାୟକ ବଣ୍ଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପରିଚାଳନାରେ ବ୍ଲକ କର୍ମଚାରୀ ଙ୍କ ସତେତ ନିରଞ୍ଜନ ରାଉଳ, ଯୋଗେନ୍ଦ୍ର ଭୋଇ, ସନ୍ତୋଷ କୁମାର ସାହୁ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *