ଜୁନାଗଡ଼,୦୪/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ ଚଳିତ ୨୦୨୪ ମସିହା ଯୁଗ୍ମ ଡାକ୍ତରୀ ପରୀକ୍ଷାରେ ସଫଳ ହୋଇଛନ୍ତି ଜୁନାଗଡ଼ ଫତେନଗରପଡା ର ଆସ୍ତିକରାଜ ପଟ୍ଟନାୟକ । ପିତା ତୁଳସୀରାଜ ପଟ୍ଟନାୟକ ଭବାନୀପାଟଣା ଜୀବନବିମା ନିଗମ ରେ ଅଭିକର୍ତ୍ତା ଭାବେ କାମ କରନ୍ତି ଓ ମାତା ଶ୍ରୀମତୀ ସୁଷମା ପଟ୍ଟନାୟକ । ସାଧାରଣ ମଧ୍ୟବିତ୍ତ ପରିବାର ରେ ଜନ୍ମ ଗ୍ରହଣ କରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ୨୦୦୯ ମସିହାରେ ଓ ଯୁକ୍ତ ଦୁଇ ବିଜ୍ଞାନ ବିକାଶ ସ୍କୁଲ ବରଗଡ ରେ ପ୍ରଥମ ଶ୍ରେଣୀ ପାସ କରି ବର୍ତମାନ ଡାକ୍ତର ହେବାର ସୁଯୋଗ ପାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ କଳାହାଣ୍ଡି କରଣ ସମାଜ ତରଫରୁ ତାଙ୍କୁ ଭବାନୀପାଟଣା ସ୍ଥିତ ସମାଜ ଭବନ ରେ ସମର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଉପସ୍ଥିତ ରହି ତାଙ୍କୁ ସମର୍ଦ୍ଧିତ କରି ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଉତ୍ସବ ରେ କରଣ ସମାଜ ସଭାପତି ରାମ ଶଙ୍କର ପଟ୍ଟନାୟକ ସମ୍ପାଦକ ଓକିଲ ପ୍ରଦୀପ କୁମାର ପଟ୍ଟନାୟକ, ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ, ସମାଜସେବୀ ପ୍ରଦୀପ ଦାସ, ଫକୀର ମହାନ୍ତି, ପିତା ତୁଳସୀରାଜ ପଟ୍ଟନାୟକ ମାତା ସୁଷମା ପଟ୍ଟନାୟକ ଙ୍କ ସହ ସମାଜ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।