ଭୁବନ ୧୩/୦୪/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ୍ ମାର୍ଥାପୁର ଗ୍ରାମରେ ମା ମଙ୍ଗଳା ଙ୍କ ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରାତଃ ସମୟରେ ଗ୍ରାମର ଶତାଧିକ ମହିଳା ବ୍ରହ୍ମଣୀ ନଦୀରୁ କଳସରେ ଜଳ ଆଣି ସଂକୀର୍ତ୍ତନ ମଣ୍ଡଳୀ ସହଯୋଗରେ ଗ୍ରାମ ପରିକ୍ରମା କରି ଘଟ ସ୍ଥାପନ କରିଥିଲେ ।
ମା ଙ୍କ ଆଶୀର୍ବାଦ ପାଈଁ ହାଜର ହାଜର ଶ୍ରଦ୍ଧାଳୁ ଙ୍କ ର ସମାଗମ ହୋଇଛି । ମଙ୍ଗଳବାର ପୂର୍ଣ୍ଣାହୁତି, ଝାମୁଯାତ୍ରା, ପ୍ରସାଦସେବନ ର ବ୍ୟବସ୍ଥା ହୋଇଛି । ଶନିବାର ଓ ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଈଁ କମିଟି ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ ହୋଇଛି । ପୁରୋଧା ବ୍ରହ୍ମାନନ୍ଦ ମିଶ୍ର ଓ ମୁଖ୍ୟ କର୍ତ୍ତା ଭାବେ ପରମାନନ୍ଦ ନାୟକ ଦାୟିତ୍ଵ ତୁଲାଉଛନ୍ତି । ସଭାପତି ନୀଳମଣି ଦାସ ଙ୍କ ସମେତ ସୋମନାଥ ନାୟକ, ନିର୍ମଳ ମଲ୍ଲିକ, ମହାଦେବ ରାଉତ, ନାରାୟଣ ମାଝୀ ଓ ସମସ୍ତ ଯୁବକର୍ମୀ ସହଯୋଗ କରୁଛନ୍ତି ।
