କେନ୍ଦ୍ରାପଡ଼ା,୨୫/୧୦/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ପଂଚାୟତ ରାଏସର ଖାରିଶାଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ୯ ଓ ୧୦ ଜାନୁଆରୀ ୨୦୨୭ରେ ଆୟୋଜିତ ହେବ । ଏହି ଅବସରରେ ରବିବାର ବିଦ୍ୟାଳୟ ପରିସରରୁ ବାଇକ୍ ଓ କାର୍ ଶୋଭାଯାତ୍ରା ବାହାରିଥିଲା । ଏହା ରାଏସର ସମେତ ଆଖପାଖ ଅଞ୍ଚଳ ପରିକ୍ରମା କରି ସୁବର୍ଣ୍ଣ ଜୟନ୍ତୀର ବାର୍ତ୍ତା ଓ ନିମନ୍ତ୍ରଣ ପହଞ୍ଚାଇଥିଲା । ଶୋଭାଯାତ୍ରାରେ ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଯୁବକମାନେ ଯୋଗଦେଇଥିଲେ । ଏହି ଅବସରରେ ଛୋଟ ପିଲାମାନଙ୍କୁ ବିସ୍କୁଟ ଓ ଚକୋଲେଟ୍ ବଣ୍ଟନ କରାଯାଇଥିଲା ।
ପରେ ବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତିର ସପ୍ତମ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉତ୍ସବର ଯୋଜନା, ‘ସଜସ୍ମୃତି’ ସ୍ମରଣିକା, ପ୍ରାକ୍ତନ ଶିକ୍ଷକ ଓ ବିଦ୍ୟାଳୟର ପ୍ରତିଷ୍ଠାତାମାନଙ୍କୁ ସମ୍ମାନ, ପୁରାତନ ଛାତ୍ରଛାତ୍ରୀଙ୍କ ସ୍ମୃତିଚାରଣ, ସାଂସ୍କୃତିକ କାର୍ୟ୍ୟକ୍ରମ ଓ ବିଦ୍ୟାଳୟର ଆଗାମୀ ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା ।
ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ୯ ଓ ୧୦ ଜାନୁଆରୀ ୨୦୨୭ରେ ଆୟୋଜିତ ହେବ । ଏହାକୁ ସଫଳ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ, ଗ୍ରାମବାସୀ ଓ ଶୁଭେଚ୍ଛୁମାନେ ଏକାଠି କାମ କରିବାକୁ ଆହ୍ୱାନ ଦେଇଥିଲେ । ବୈଠକରେ
ସଭାପତି: ରାସବିହାରୀ ନାୟକ ,ଉପସଭାପତି (୧) ଦେବେନ୍ଦ୍ର କୁମାର ନାୟକ.,ଉପସଭାପତି : (୨)ସୀତାକାନ୍ତ ଜେନା,ସମ୍ପାଦକ: ସୂର୍ୟ୍ୟକାନ୍ତ ଖୁଣ୍ଟିଆ ,.ସହ ସମ୍ପାଦକ: ତନ୍ମୟ ସୂତାର: ,ସଂଗଠନ ସମ୍ପାଦକ : ଚିତ୍ତରଞ୍ଜନ ମହାନ୍ତି , କୋଷାଧ୍ୟକ୍ଷ: ସନାତନ ସାହୁ, ସମ୍ପାଦକ- ନିଧି : ଅନୁଜ କୁମାର ମହାନ୍ତି , ସମ୍ପାଦକ- ସାଂସ୍କୃତିକ: ତାରାକାନ୍ତ ନାୟକ ପ୍ରମୁଖ ଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଗ୍ରାମବାସୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ ।
