ପୋଖରୀ ରେ ବୁଡି ମୃତ ଶିଶୁ ମାନଙ୍କ ପରିବାର କୁ ଭେଟି ସାନ୍ତ୍ୱନା ଦେଲେ କଂଗ୍ରେସ ନେତା

ମାହାଙ୍ଗା,୦୨/୧୧/୨୦୨୬(ଓଡିଶା ସମାଚାର /ଅଭୟ ଜେନା )ମାହାଙ୍ଗାବ୍ଲକ ଅନ୍ତର୍ଗତ ଝଡ଼େଶ୍ୱରପୁର ଗ୍ରାମର ଇମ୍ରାନ ଖାଁଙ୍କ ଦୁଇ ପୁଅ ଜିସାନ ଖାଁ (୬) ଓ ସଲମାନ ଖାଁ (୫) ଓ ପଡୋଶୀ ଅବଦୁଲ ଅନୱାର ଖାଁ ଙ୍କ ପୁଅ ଅରହମ ଖାଁ(୬) ସାଙ୍ଗ ହୋଇ ଗତକାଲି ୧/୧୧/୨୬ ରବିବାର ସକାଳ ୯ ଘଟିକା ସମୟରେ ଖେଳୁଥିବା ବେଳେ ପାଖ ପାଣ୍ଡିଆ ଯୋର (ପୋଖରୀ )ରେ ଫୁଟିଥିବା କଇଁ ଫୁଲରେ ଆକର୍ଷିତ ହୋଇ ଫୁଲ ତୋଳିବାକୁ ଧୀରେ ଧୀରେ କୂଳରୁ ପାଣି ଭିତରକୁ ପଶି ବୁଡ଼ିଯାଇ ମୃତ୍ୟୁ ବରଣ କରିଥିଲେ ।

ଖବର ପାଇ ମାହାଙ୍ଗା କଂଗ୍ରେସ ନେତା ସେକ ମସୁଦ ଅଲି,ମାହାଙ୍ଗା ବ୍ଲକ କଂଗ୍ରେସ ସଭାପତି ଆଇନଜୀବି ଦୀପକ କୁମାର ମହାନ୍ତି, କଟକ ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସାଧାରଣ ସମ୍ପାଦକ ସୌକତ ଅଲି, ସମ୍ପାଦକ ରଞ୍ଜନ କୁମାର ପ୍ରଧାନ ଓ ମାନସ ରଞ୍ଜନ ଦାସ, ବ୍ଲକ କଂଗ୍ରେସ ସଂଗଠନ ସମ୍ପାଦକ ସଂଗ୍ରାମ ସାମଲ, ବରିଷ୍ଠ ସଂଗଠକ ଦୀପକ କୁମାର ନାୟକ ଓ ଆକାଶ କୁମାର ପ୍ରଧାନ,ସେକ ମଂଜୁର ଅଲି ତାଙ୍କ ବାସଭବନ ରେ ପହଂଚି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଦେଇଥିଲେ । କୋମଳମତି ଶିଶୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *