ଢେଙ୍କାନାଳ,୦୨/୧୧/୨୦୨୬(ଓଡ଼ିଶା ସମାଚାର)-ଆଜି ତା-୦୨.୧୦.୨୦୨୬ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଧୀରପାଟଣା ଗ୍ରାମରେ ଇ-ସେବା ମୋବାଇଲ୍ ଭ୍ୟାନ୍ ଦ୍ବାରା ଆଭାସି ମାଧ୍ୟମରେ ସାକ୍ଷଗ୍ରହାଣ କାରାଯାଇଅଛି । ଏହି ମୋବାଇଲ୍ ଭ୍ୟାନ୍ଟିକୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳ ଠାରୁ ଧୀରପାଟଣା ଗ୍ରାମକୁ ଗସ୍ତକରିଥିଲେ । ଏହି ସମୟ ରେ ଅନାନ୍ୟ ବିଚାରପତି ଏବଂ ଆଇନଜୀବୀ ଉପସ୍ଥିତ ରହିଥିଲେ ।
ଢେଙ୍କାନାଳ ଜିଲ୍ଲା ଉପଖଣ୍ଡ ବିଚାରବିଭାଗିୟ ମାଜିଷ୍ଟ୍ରେଟ ରେଙ୍ଗା ଧଳ ବିସୋଇ ଧୀରପାଟଣା ଗ୍ରାମରେ ଏକ ଫୌଜଦାରୀ ମାମଲାରେ ପାଞ୍ଚ ଜଣ ବରିଷ୍ଠ ନାଗରିକଙ୍କ ସାକ୍ଷ ରେକର୍ଡ ଭିଡିଓ କନ୍ଫରେନସିଂ ମାଧ୍ୟମରେ କରିଛନ୍ତି । ଫଳରେ ବୟସାଧିକ୍ୟ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଅଦାଲତକୁ ଯାତାୟାତ କରିବାରେ ସମସ୍ୟା ଭୋଗୁଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ନ୍ୟାୟିକ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିଛି।
ଗ୍ରାମାଞ୍ଚଳର ଲୋକମାନେ କିପରି ସହଜରେ ଆଇନଗତ ସହାୟତା ପାଇପାରିବେ ଏବଂ ନିଜର ନ୍ୟାୟିକ ଅଧିକାର ସମ୍ପର୍କରେ ଅବଗତ ହୋଇପାରିବେ, ସେନେ ଇ ଏହି ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ବିଭିନ୍ନ ସେବା ଓ ସଚେତନତା କାର୍ୟ୍ୟକ୍ରମ କରାଯାଉଛି ।
ଏହି ଅବସରରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଉଥିବା ଶ୍ରଦ୍ଧାଳୁ, ଦର୍ଶକ ଓ ସାଧାରଣ ଜନତାଙ୍କୁ ଆଇନ ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ କରାଯାଉଛି। ନିଃଶୁଳ୍କ ଆଇନ ସହାୟତା, ନାଗରିକଙ୍କ ଅଧିକାର ଓ ନ୍ୟାୟ ପ୍ରାପ୍ତିର ସୁଯୋଗ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।
ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଜନହିତକର ପଦକ୍ଷେପ ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ବୃଦ୍ଧି ପାଇବା ସହ ନ୍ୟାୟ ପ୍ରାପ୍ତି ପ୍ରକ୍ରିୟା ଅଧିକ ସରଳ ଓ ସୁଗମ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ଆଇନ ସେବାକୁ ଲୋକଙ୍କ ଦ୍ବାରଦେଶରେ ପହଞ୍ଚାଇବା ଏବଂ ନ୍ୟାୟିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିବା ଦିଗରେ ଏହି ଇ-ସେବା ମୋବାଇଲ୍ ଭ୍ୟାନ୍ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ବିବେଚିତ ହେଉଛି ।
