ଧୂମାତ ମଠରେ ଶ୍ରୀରାମଚରିତ ମାନସ ପାରାୟଣ ଉଦଘାଟିତ

କେନ୍ଦ୍ରାପଡ଼ା, ୨୩/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ ଧୂମାତ ଗ୍ରାମରେ ଶ୍ରୀରାମଚରିତ ମାନସ ,ନବାନ୍ନ ପାରାୟଣ ଓ ନବଦିନାତ୍ମକ ପ୍ରବଚନ କାର୍ଯ୍ୟକ୍ରମକୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରିଛନ୍ତି । ଦୀର୍ଘ ୪୦ବର୍ଷ ଧରି ଚାଲିଥିବା ଏହି ଅନୁଷ୍ଠାନର ସ୍ଥାୟୀ ସଭାପତି ଶ୍ରୀମା ଉଦଘାଟନ ଅବସରରେ କହିଛନ୍ତି ମର୍ଯ୍ୟାଦାପୁରୁଷୋତମ ପ୍ରଭୁ ଶ୍ରୀରାମଚନ୍ଦ୍ର ସମାଜରେ ବଡଭାଇର ସ୍ନେହ,ମମତା ଓ ଭାତୃତ୍ୱ ଭାବ କିପରି ବଜାୟ ରହିବ ସେ ସମ୍ପର୍କରେ ଭାରତବର୍ଷର ଜନସାଧାରଣଙ୍କୁ ଶିକ୍ଷା ଦେଇଯାଇଛନ୍ତି ।

ସୂର୍ଯ୍ୟବଂଶର ଗାରିମା ଓ ବଂଶ ପରମ୍ପରାକୁ କିପରି ପ୍ରଭୁ ଶ୍ରୀରାମ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲେ ସେଥିରୁ ଆମେ କିଛି ଶିଖିବା ଉଚିତ । ପ୍ରଭୁ ଶ୍ରୀରାମଙ୍କ ଆଚରଣ ଓ ଉଚାରଣ ମଧ୍ୟ ଆମ ମାନଙ୍କୁ ଶିକ୍ଷା ଦେଇଥାଏ ବୋଲି ଶ୍ରୀମା କହିଥିଲେ । ପ୍ରଥମ ଦିବସରେ ନାମ ମହାତ୍ମ୍ୟ, ସତସଙ୍ଗ ମହାତ୍ମ୍ୟ, ନାମନାମି ଏକାକାର, ସତସଙ୍ଗ ଜୀବନଦର୍ଶନ ପ୍ରଭୃତି ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ. କାଳୀପ୍ରସନ୍ନ ଶତପଥୀ, ଜିଲା ପରିଷଦ ସଭାପତି ଲିଲିତା ଦାସ, ମହେନ୍ଦ୍ରସୁନ୍ଦର ରାଉତ, ବିନୟ ବୋଷ, ଦିଲ୍ଲିପ ରାଉତ, ଶିବୁ ହାଜରା, ରମାକାନ୍ତ ଦାସ, ପର୍ଶୁରାମ ଦାସ, ଶୁଭଲକ୍ଷ୍ମୀ ଦାସ, ପିତାମ୍ବର ଦାସ, ସୁଷମା ରାଉତ, ପୁନମ ନାୟକ ପ୍ରମୁଖ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *