ମାହାଙ୍ଗା,୩୧/୧୦/୨୦୨୬(ଓଡିଶା ସମାଚାର/ ଅଭୟ ଜେନା)-ସୁନାମଧନ୍ୟ ମୋହରିର, ଧର୍ମପ୍ରାଣ ପୁରୁଷ, ବନ୍ତଳା ଗ୍ରାମର ମୁରବୀ ବ୍ରଜ ସୁନ୍ଦର ସାମଲଙ୍କ ଦ୍ଵାଦଶାହ ତିଥିରେ ଗୋପାଳପୁର ପଞ୍ଚାୟତ ସ୍ଥିତ ତାଙ୍କ ବାସଭବନ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସାମାଜିକ ଜୀବନରେ ବ୍ରଜ ସୁନ୍ଦର କରିଯାଇଥିବା ବିଭିନ୍ନ ମହତ କାର୍ଯ୍ୟର ପ୍ରଶଂସା କରିବା ସହିତ ତାଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଇଞ୍ଜିନିଅର ସରୋଜ କୁମାର ସାମଲ ସଂଚାଳନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ବ୍ରଜ ସୁନ୍ଦର ନାୟକ, ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, କବି ପ୍ରକାଶ ଚନ୍ଦ୍ର ପ୍ରଧାନ, ଇଞ୍ଜିନିଅର ନୃସିଂହ ଚରଣ ସାମଲ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉମାକାନ୍ତ ସାମଲ,ସାମାଜିକ କର୍ମୀ ତ୍ରିଲୋଚନ ପ୍ରହରାଜ, ସମାଜସେବୀ ପ୍ରବୀର କୁମାର ରାଉତ, ବିରଞ୍ଚି ନାରାୟଣ ସାମଲ,ନିଶ୍ଚିନ୍ତକୋଇଲି ବିଦ୍ୟୁତ ଉପଭୋକ୍ତା ସଂଘ ସଭାପତି ରମାକାନ୍ତ ବେହେରା, ସାଲେପୁର ବାର ଆସୋସିଏସନ ସଭାପତି ବିକ୍ରମ ବଳ, ସରପଞ୍ଚ କମଳାକାନ୍ତ ଦାଶ, ପୂର୍ବତନ ସରପଞ୍ଚ ସୁବାସ ମହାନ୍ତି, ଆଇନଜୀବୀ ସର୍ବଶ୍ରୀ ଅନିରୁଦ୍ଧ ସାମଲ, ଦେବେନ୍ଦ୍ର ସାହୁ, ବିକାଶ ରାଉତ, ଦିଲ୍ଲୀପ କୁମାର ଗ୍ରହାଚାର୍ଯ୍ୟ,ଦିଲ୍ଲୀପ କୁମାର ଜେନା,ହିମାଂଶୁ ନାୟକ, ସାମ୍ବାଦିକ ସୀତାନାଥ ସିଂ, ଅଶୋକ ଦାଶ, ଯଯାତି ସିଂ, ସମିତିସଭ୍ୟ ଦୀପକ ରଞ୍ଜନ ଦାସ,ସାଲେପୁର ମୋହରିର ସଂଘ ସଭାପତି ବ୍ରଜ ସୁନ୍ଦର ସ୍ୱାଇଁ,ମୋହରିର ମୁରଲୀଧର ସ୍ୱାଇଁ, ରମଣୀ ରଞ୍ଜନ ମହାପାତ୍ର, ତପନ କୁମାର ସ୍ୱାଇଁ, ପୂଜକ ହରେକୃଷ୍ଣ ଦାଶ,ସମାଜସେବୀ ଅଜୟ କୁମାର ରାଉତରାୟ,ସମାଜସେବୀ ଉପେନ୍ଦ୍ର ନାଥ ସାମଲ, କରୁଣାକର ରାଉତରାୟ, ଅମୀୟ ବଳ, ନ୍ୟାୟ ପାଇଁ ଲଢେଇ ପରିବାର ରାଜ୍ୟ ସମ୍ପାଦକ ଦିଲ୍ଲୀପ କୁମାର ସାହୁ ଏବଂ ସମାଜସେବୀ ପ୍ରମୋଦ କୁମାର ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସ୍ବର୍ଗତ ବ୍ରଜ ସୁନ୍ଦରଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ଦେବେନ୍ଦ୍ର ସାମଲ, ଆଶୁତୋଷ ସାମଲ, ଅନୁତୋଷ ସାମଲ, ଅମ୍ବିତ ସାମଲ ଏବଂ ସାମ୍ବାଦିକ ଅସିତ କୁମାର ସାମଲ ପ୍ରମୁଖ ପରିଚାଳନା କରିଥିଲେ ।
