କଟକ, ୦୧/୧୧/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା ) କଟକ ଜିଲ୍ଲା ସାମ୍ବାଦିକ ସଂଘ (JAK) ର ବାର୍ଷିକ ଉତ୍ସବ, ବନ୍ଧୁ ମିଳନ ଏବଂ ଆଂଚଳିକ ସମାବେଶ ଆସନ୍ତା ନଭେମ୍ବର ମାସ ୧୯ ତାରିଖ ବୁଧବାର ଦିନ ପୂର୍ବାହ୍ନ ୧୦ ଘ. ସମୟରେ କଟକ ସଦର ଅନ୍ତର୍ଗତ ପ୍ରତାପ ନଗରୀ ସ୍ଥିତ “ମା ଧାକୁଲେଇ ପୀଠ” ସଭା ଗୃହ ରେ ଅନୁଷ୍ଠିତ ହେବ।
ଶୁକ୍ରବାର ଫୁଲନଖରା ଠାରେ ଏନେଇ ଜିଲ୍ଲା ସଭାପତି ରମେଶ ପ୍ରଧାନ ଙ୍କ ଆହ୍ୱାନ କ୍ରମେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ରାଜ୍ୟ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଶଶୀଭୂଷଣ ଷଡ଼ଙ୍ଗୀ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଟୁନା ଜେନା ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଶିଶିର କୁମାର ଦାଶ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଶାଖା ର ସମସ୍ତ ସଭ୍ୟ ସଭ୍ୟା ଙ୍କୁ ଏସୟୁଜେ ଓଡ଼ିଶା ର ପରିଚୟପତ୍ର ବଣ୍ଟନ କରାଯିବ।
ସେହିପରି ଏହି କାର୍ଯ୍ୟକ୍ରମ ରେ ଦଶ ଜଣ ବରିଷ୍ଠ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯିବ । ଅନ୍ୟ ପକ୍ଷରେ ଉକ୍ତ ଆଂଚଳିକ ସମାବେଶରେ ଅନଗୁଳ,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ପ୍ରତିନିଧି ମାନେ ନଭେମ୍ବର ୧୯ ତାରିଖ ବୁଧବାର ଦିନଟିକୁ ଏହି କାର୍ଯ୍ୟକ୍ରମ ନିମନ୍ତେ ସଂରକ୍ଷିତ ରଖିବାକୁ ଅନୁରୋଧ କରାଯାଇଛି।
