ସାଲେପୁର,୩୧/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ର ଦଶମ ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ସମାରୋହ ର ପ୍ରଥମ ରଙ୍ଗାରଙ୍ଗଉତ୍ସବ ଓ ସଭା ରବିବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥିଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ଚଳଚିତ୍ର ଅଭିନେତା ତଥା ସାଲେପୁର ବିଜେପି ନେତା ଅରିନ୍ଦମ ରାୟ, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟା ଗୀତା ଦାଶ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ ।
ସାଲେପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେଉଥିବା ଏହି ତ୍ରିଦିବାସୀୟ ଉତ୍ସବ ରେ ସଂଘର ସଭାପତି ଅକ୍ଷୟ କୁମାର ଦାଶ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ହୃଷିକେଶ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ନୃତ୍ୟ ଗୀତ ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ରେ ମଧୁ ସ୍ମୃତି ମଣ୍ଡପରେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା ତ୍ରିଦିବସୀୟ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।ଏହି ଉଦ୍ଘାଟନୀ ଦିବସରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସହାୟତା କରିଥିଲେ ।
